News
WhatsApp Image 2023-10-04 at 17.25.00
samparksetu

ବିଶ୍ୱ ରକ୍ତଦାନ ଦିବସରେ ଟାଟା ଷ୍ଟିଲ ମେରାମଣ୍ଡଳୀ ରେ ୨୩୭ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ୱ ରକ୍ତଦାନ ଦିବସ ଅବସରରେ  ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ  ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାରେ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୋଟ୍ ୨୩୭  ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଅନୁଗୋଳ ଏନର୍ଜି ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଶୈଲେସ ବର୍ମା, ଟାଟା ଷ୍ଟିଲ ମେରାମଣ୍ଡଳୀର  ହ୍ୟୁମାନ୍ ରିସୋର୍ସ ବିଜନେସ୍ ପାର୍ଟନର ବିଭାଗ ଚିଫ୍ ସନ୍ଦୀପ୍ ଧୀର, ସୁରକ୍ଷା ବିଭାଗ ଚିଫ୍ ଅଗମ କୁମାର ଏହି ଶିବିରକୁ ଉଦ୍‌ଘାଟନ  କରିଥିଲେ । ଏହି ଅବସରରେ କର୍ପୋରେଟ୍ ରିଲେସନ୍ ଏବଂ ରେଗୁଲେଟୋରି କମ୍ପ୍ଲାଏନ୍ସ ବିଭାଗ ମୁଖ୍ୟ ଶ୍ରୀ ଏନ୍ ସି ମହାପାତ୍ର ଏବଂ  ଅକୁପେସନାଲ ହେଲଥ୍ ସେଂଟରର ଡଃ ଅଭିନାଶ ଦାଶ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।  ଢେଙ୍କାନାଳ ଜିଲ୍ଲାର ବ୍ଲଡ୍ ବ୍ୟାଙ୍କ୍ ଓ ସମ୍ବାଦର ଆମ ଓଡ଼ିଶା ସହଭାଗିତାରେ ଆୟୋଜିତ ଏହି ଶିବିରକୁ ଟାଟା ଷ୍ଟିଲ ମେରାମଣ୍ଡଳୀର ଅକୁପେସନାଲ ହେଲଥ୍ ସେଂଟର ଟିମ୍‌ର ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କ ଦ୍ୱାରା ସଂଯୋଜନା କରାଯାଇଥିଲା । କର୍ମଚାରୀ ଓ ସେମାନଙ୍କ ପରିବାର, ଠିକା ଶ୍ରମିକମାନେ ପୁରା ଦିନ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ସହ ଏହି ଶିବିରକୁ ସଫଳ କରାଇଥିଲେ ।

new life
You might also like
error: Content is protected !!