ଶ୍ରାବଣର ବରଷା ଛିଟା ଦିଏ
ଅବା ପୀରତି ଛୁଆଁ,
କୋମଳ ମନରେ ସତେ ଅବା
ଲଗାଏ କି ନିଆଁ !!!
ଖେଳିଯାଏ ଶରୀରରେ
ନୁଆ ଏକ ଶିହରଣ,
ଦୁଇମନ ଏକ ହେବ
ସାକ୍ଷୀ ରହିବ ଏ ଶ୍ରାବଣ…
ଧୀରେ ଧୀରେ ବଢ଼େ ହୃଦୟର କମ୍ପନ
ଓଠ ଖୋଜେ ଖାଲି ପ୍ରୀତିଭରା ଚୁମ୍ବନ,
ଆକାଶ ବୁକୁକୁ ଛୁଇଁଲା ଆଶା
ତନୁରେ ଜାଗିଲା ଯୌବନ ନିଶା…
ତୁମକୁ ଖୋଜିଲି ଭାବନା ବନେ
କବି ପାଲଟି ମୁଁ ମନେ ମନେ,
ଆସିବ କି ତୁମେ ପ୍ରିୟା କହିଯାଅ ଥରେ
ପାଇଲେ ତୁମକୁ ଜାଣିବେ ଜନେ !!!
✍️ଅମରେଶ ଖଟୁଆ