ଲୀଳାମୟ ହରି ଭକ୍ତେ ଧନ୍ୟ କରି
ନବ ଦିନ ଯାତ୍ରା ଅନ୍ତେ
ବାହୁଡା ବିଜୟ କରିଦୟlମୟ
ଧନ୍ୟ କରନ୍ତି ଜଗତେ l
ସର୍ବ ବେଦ ମୟ ସର୍ବଦେବ ମୟ
ବିଶ୍ଵମୟ ବିଶ୍ଵରୂପ
ନେତି ନେତି ବେଦ ବନ୍ଦଇ ଯେ ପଦ
ରଥେ ବିଜେ ଭକ୍ତ ହିତ I
ରଥ ପଥ କ୍ଷେତ୍ର ସର୍ବେ ଜଗନ୍ନାଥ
ଜଗନ୍ନାଥମୟ ପୁରୀ
ସେ ଲୀଳା ଦର୍ଶନେ ଧନ୍ୟ ସର୍ବ ଜନେ
ଦ୍ରବିତ ହୃଦୟେ ସ୍ମରି l
ମାନବୀୟ ଲୀଳା କରିଚକାଡୋଳା
ବlହୁଡିବେ ଶ୍ରୀମନ୍ଦିର
ଜୟ ଜୟ ଘୋଷ ଶୁଭେ ଚଉଦିଶ
ଧନ୍ୟ ନଭ ଜଳ ସ୍ଥଳ l
ମୋ ବହୁଡlପଥେ ଥରେ କୃପାନେତ୍ରେ
ଦୃଷ୍ଟି ଦେଵ ଦୟାମୟ
କରି ଦରଶନ ହୋଇଯିବି ଧନ୍ୟ
ଗାଇ ଜଗନ୍ନାଥ ଜୟ l
✍️ ଇଂ.ବସନ୍ତ କୁମାର ବରାଳ