News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ଯୁକ୍ତ ଦୁଇରେ ସିଟ ୧୨ ହଜାର ୫୭୬; ମାଟ୍ରିକ ପାସ କରିଛନ୍ତି ୧୫ ହଜାର ୯୧୦ ଛାତ୍ରଛାତ୍ରୀ

ଢେଙ୍କାନାଳ ଜିଲ୍ଳାରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ୧୫ ହଜାର ୯୧୦ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଯୁକ୍ତ ଦୁଇରେ କଳା,ବିଜ୍ଞାନ ଏବଂ ବାଣିଜ୍ୟରେ ମୋଟ ୧୨ ହଜାର ୫୭୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାଇବାର ସୁଯୋଗ ରହିଛି । ଏହାପରେ ୩ ହଜାର ୩୩୪ଜଣ ଛାତ୍ରଛାତ୍ରୀଙ୍କ ପାଠରେ ଡୋର ବନ୍ଧା ହେବବୋଲି ଜଣାପଡିଛି । ଜିଲ୍ଳାରେ ମୋଟ ୨୬୮ ବିଦ୍ୟାଳୟରେ ୧୫ ହଜାର ୯୧୦ଜଣ ପାସ କରିଛନ୍ତି ।

ଜିଲ୍ଲାରେ ରହିଥିବା ୪୨ଟି କଳା ଏବଂ ୩୩ଟି ବିଜ୍ଞାନ ବିଭାଗରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଗୁନେଇବିଲି ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ କଳାରେ ୧୯୨,ବିଜ୍ଞାନରେ ୬୪,କୁରୁମୁଣା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୧୯୨,ସିମିନଇ ଆଞ୍ଚଳିକ ମହାବିଦ୍ୟାଳରେ କଳାରେ ୨୨୪,ବିଜ୍ଞାନରେ୧୨୮,କୁଆଳୋ ଅଷ୍ଟଶମ୍ଭୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୧୨୮,ଭୁବନ ବାଜିରାଉତ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାଓ ବିଜ୍ଞାନରେ ୧୨୮,ବଣସିଂହ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ଓ ବିଜ୍ଞାନରେ ୧୨୮ଲେଖାଏଁ ,ଗଡପଳାଶୁଣୀ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୯୨,ବାରିହାପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ୧୨୮,ବେଲଟିକିରୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ୧୨୮,ଗୋବିନ୍ଦପୁର ସ୍ଥିତ ଭାର୍ଗବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନରେ ୩୩%,ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୩୬.୮୩%,ବାଣିଜ୍ୟରେ ୩୩%,ଗୋବିନ୍ଦପୁର ବିଆଇଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନରେ ୧୯୨,ବିରାଶାଳ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୨୮,ବାଣିଜ୍ୟରେ ୬୪ ସିଟ  ରହିଛି ।

ସେହିପରି ଭାପୁର ଦେବେନ୍ଦ୍ର ଶତପଥୀ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୨୫୬,ବିଜ୍ଞାନରେ ୬୪,ଖଟୁଆହତା ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନରେ ୯୬,ଢେଙ୍କାନାଳ ସାନ୍ଧ୍ୟ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୨୮,ବିଜ୍ଞାନରେ ୧୨୮,ବାଣିଜ୍ୟରେ୬୪,ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୨୫୬,ବିଜ୍ଞାନରେ ୨୫୬,ବାଣିଜ୍ୟରେ ୧୨୮,ଇ-ଟେକ୍ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନରେ ୧୨୮,ଇ-ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନରେ ୧୨୮,ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୨୮,ବିଜ୍ଞାନରେ ୧୨୮,ବାଣିଜ୍ୟରେ ୬୪,ଉଚ୍ଚ ମାଧ୍ୟମିକ କଳା
ଓ ଚାରୁକଳା ବିଦ୍ୟାଳୟ କଳାରେ ୬୪,ହିନ୍ଦୋଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖଜୁରିଆକଟା କଳାରେ ୨୫୬,ବିଜ୍ଞାନରେ ୧୨୮,ସାତମାଇଲ ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୨୫୬,ବିଜ୍ଞାନରେ୯୬,ଜିରାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୨୮,ବିଜ୍ଞାନରେ ୧୨୮,ବାଣିଜ୍ୟରେ ୬୪,କାମାକ୍ଷାନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୯୨,ବିଜ୍ଞାନରେ ୧୨୮,ବାଣିଜ୍ୟରେ ୬୪,କଙ୍କଡାହାଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୨୮,ଗଁଦିଆ କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୨୫୬,ବିଜ୍ଞାନରେ ୯୬,ଖଡଗ ପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ୧୨୮,ରାସୋଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୨୮,ଯୋରାନ୍ଦା ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ୧୯୨ ବିଜ୍ଞାନରେ୬୪,ବାଣିଜ୍ୟରେ ୩୨,ମଠକରଗୋଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୨୨୪,ବିଜ୍ଞାନରେ  ୧୨୮,ବାଣିଜ୍ୟରେ ୬୪,ହିନ୍ଦୋଳରୋଡ ସ୍ଥିତ ଓଡାପଡା ପଞ୍ଚାୟତ ସମିତି ଉଚ୍ଚବିଦ୍ୟାଳୟରେ କଳାରେ ୨୫୬,ବିଜ୍ଞାନରେ ୬୪ ଏବଂ ବାଣିଜ୍ୟରେ
୩୨, ପାଇକ ପୁରଣାକୋଟ ପାରିକୂଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୨୮,ପଣ୍ଡୁଆ ପାରିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୯୨ବିଜ୍ଞାନରେ ୬୪,ବାଣିଜ୍ୟରେ ୬୪,ପରଜଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୯୨,ବିଜ୍ଞାନରେ ୬୪,ବାଣିଜ୍ୟରେ୬୪ ସିଟ ରହିଛି ।

ହିନ୍ଦୋଳ ରିଜିଓନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ଓ ବିଜ୍ଞାନରେ ୧୨୮,ବାଣିଜ୍ୟରେ ୩୨, ସାଆନ୍ଦା ରିଜିଓନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୩୨୦,ବିଜ୍ଞାନରେ ୨୨୪ଓ ବାଣିଜ୍ୟରେ ୬୪, ଇନ୍ଦିପୁର ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୨୮,ବିଜ୍ଞାନରେ ୬୪,ସତ୍ୟମ ଶିବମ୍ ସୁନ୍ଦରମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୬୪,ବିଜ୍ଞାନରେ୬୪,ପିଙ୍ଗୁଆ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୯୨,ବାରୁଆଁ ସ୍ଥିତ ଶ୍ରୀ ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୨୮.ଷଢଙ୍ଗୀ ସ୍ଥତି ଶ୍ରୀଧର ସ୍ୱାମୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୯୨ଓ ବିଜ୍ଞାନରେ ୬୪,ଗୋବିନ୍ଦପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୧୨୮,ବିଦ୍ୟାର୍ଥି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨୮,କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ କଳାରେ ୨୨୪ ଏବଂ ବିଜ୍ଞାନରେ ୬୪ ସିଟ ରହିଛି ।

ଏଭଳି ମୋଟ ଜିଲ୍ଲାରେ କଳାରେ ୭ ହଜାର ୫୫୨ସିଟ୍‌,ବିଜ୍ଞାନରେ ୪ ହଜାର ୬୪ସିଟ୍ ଏବଂ ବାଣିଜ୍ୟରେ ୯୬୦ ସିଟ ରହିଥିବା ବେଳେ ଭୋକେସନାଲରେ ୫୨୪ଟି ସିଟ ରହିଛି । ମାଟ୍ରିକ ପିଲାଙ୍କ ସଂଖ୍ୟା ୧୫ ହଜାର ୯୧୦ ରହିଥିବାବେଳେ ଯୁକ୍ତ ଦୁଇ ପାଇଁ ସର୍ବମୋଟ ୧୨ ହଜାର ୫୭୬ ସିଟ ରହିଛି ।ଚଳିତ ବର୍ଷ ମାଟ୍ରିକ ପରେ ଛାତ୍ରଛାତ୍ରୀ ମାନେ ନାମ ଲେଖାଇବା ପାଇଁ ସମସ୍ୟାର ସମ୍ମୁଖୀନ ହେବା ସହିତ ଡି ଏବଂ ଇ ଗ୍ରେଡରେ ପାସ କରିଥିବା ପିଲାମାନଙ୍କ ପାଠପଢାରେ ରୋକ ଲାଗିବାର ଆଶଙ୍କା ରହିଛି । ସରକାର ଯଦି ସିଟ ସଂଖ୍ୟା ବୃଦ୍ଧି ନକରନ୍ତି ପିଲାମାନେ ଭଲ କଲେଜ ପାଇବା ମଧ୍ୟ କଷ୍ଟକର ହୋଇପଡିବ ।

new life
You might also like
error: Content is protected !!