“ଗୁ’ ଅନ୍ଧକାର ଅଜ୍ଞାନପ୍ରକାର
“ରୁ’ କାର ତହୁଁ ନିବୃତ୍ତି
ସାଧକଜୀବନ କଲ୍ୟାଣ କାରଣ
ଶ୍ରୀ ଗୁରୁ ପଦେ ପ୍ରଣତି l
ଋଷିତ୍ୱ ଦେବତ୍ଵ ଜାଗୃତିର ମନ୍ତ୍ର
ଦାନେ ସଦା ତତପର
ତୁମରି କୃପାରେ ଦିବ୍ୟ ଜନ୍ମମିଳେ
ବନ୍ଦେ ଚରଣ ଯୁଗଳ l
ଅନ୍ଧାରୁ ଆଲୋକ ବନ୍ଧନରୁ ମୋକ୍ଷ
ଅଜ୍ଞାନରୁ ଜ୍ଞାନ ପଥେ
ଜୟ ଗୁରୁଦେବ ଶିଷ୍ୟ ଜୀବ ଧଵ
ଚଳାଅ ସେ ପଥେ ନିତ୍ୟେ l
ଅମୃତ ସଂଧାନେ ଅମୃତତ୍ୱ ପାନେ
ଅପୁର୍ଣ୍ଣରୁ ପୂର୍ଣ୍ଣଗତି
ସଂଶୟର କ୍ଷୟ ତବ କୃପା ଚୟ
ଶୁଭ ଦlନେ ସଦା ସ୍ଥିତି l
ନିତ୍ୟ ଆରାଧନା ଜୀବନସାଧନା
ଏ ଜୀବନ ମହାବ୍ରତ
ଜୟ ଗୁରୁଦେବ ଜୀବନ ବାନ୍ଧବ
ଶ୍ରୀଚରଣେ ମଥା ନତ l
✍️ ଇଂ.ବସନ୍ତ କୁମାର ବରାଳ