ଭୁବନ ଆର୍ଯ୍ୟ ସନାତନ ସଂସ୍କୃତି ର ନଈ ବା ପୋଖରୀ କୂଳରେ ଯେତେସବୁ ସଂସ୍କାର ଆଧାରିତ କାର୍ଯ୍ୟ କରାଯାଇଥାଏ । ଯେପରିକି ମୁଣ୍ଡନ କର୍ମ , କଳସ ବୁଡ଼ାଇବା , ଜଳ ଆନୟନ , ଶୁଦ୍ଧିକ୍ରିୟା ଆଦି ଅନେକ ଧାର୍ମିକ କାର୍ଯ୍ୟ କରିବାକୁ ସହରରେ ପୋଖରୀର ଆବଶ୍ୟକତା ଅଛି । ଭୁବନ ରେ କେତୋଟି ପୋଖରୀ ଅସ୍ତିତ୍ୱ ହରାଇବାକୁ ଯାଉଛି । କେଉଁ ପୋଖରୀ ଭିତରେ ଲୋକେ ଅଳିଆ ଆବର୍ଜନା ପକାଉଥିବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ବେଳେ, ଆଉ କାହାର ପାହାଚ ଭାଙ୍ଗରୁଜି ଗଲାଣି । କେତେକ ପୋଖରୀରେ ଅନାବନା ଗଡ଼ ଭରପୁର ଥିବା ବେଳେ ଅନ୍ୟ କେତେକ ପୋଖରୀ ମଧ୍ୟରେ ଥିବା ଦୀପଦାଣ୍ଡି ଭାଙ୍ଗି ଗଲାଣି । ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାକୁ ଚାଲି ଆସିଥିବା ପୋଖରୀଗୁଡ଼ିକ ମରାମତି ଓ ପୁନଃ ଉଦ୍ଧାର ଆବଶ୍ୟକ । କେତେକ ପୋଖରୀ ଉନ୍ନତିକରଣ କରାଯିବା ପରେ ଭଲସ୍ଥିତି ରେ ଗୋଧୋଇବା ଉପଯୋଗୀ ହୋଇପାରୁନାହିଁ ।
ତେବେ ପ୍ରାୟ ସମସ୍ତ କ୍ରିୟା କର୍ମ ରେ ସ୍ନାନ ଓ ନୂତନ ବସ୍ତ୍ର ଧାରଣ ବିଧି ରହିଥିବା ବେଳେ ପୋଖରୀ ନିକଟ ରେ ବସ୍ତ୍ରବଦଳା ଗୃହ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।