News
WhatsApp Image 2023-10-04 at 17.25.00
samparksetu

ମହାମହିମା ବିମଣ୍ଡିତା ଦ୍ରୌପଦୀ ମୁର୍ମୁ

ମହିୟସୀ ହେ ମହାମହିମା ବିମଣ୍ଡିତା
ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଶୋଭିତା
ତୁମ୍ଭେ ଆମ୍ଭ ଅତି ପ୍ରିୟ ଉତ୍କଳ ଲଳନା
ତେଣୁ ଆମେ ଗାଉଥିବୁ ତୁମରି ବନ୍ଦନା  !

ରହିବ ସିନା ଯାଇ ରାଷ୍ଟ୍ରପତି ଭବନେ
ଯଶ ତୁମ ବ୍ୟାପି ଯିବ ଭୁବନେ ଭୁବନେ
ଶରୀର ତୁମର ରହୁ ରାଇସିନା ଧାମେ
ମନ କିନ୍ତୁ ରହିଥାଉ ଓଡ଼ିଶାର ପ୍ରେମେ  !!

ପ୍ରଥମ ନାଗରିକ ଏ ଭାରତ ବର୍ଷର
ଗୌରବ ବଢାଇଲ  ଏ ଓଡ଼ିଶା ମାଟିର
ହେ ପ୍ରଥମ ଓଡ଼ିଆ ମହିଳା ରାଜ୍ୟପାଳ
ରାଷ୍ଟ୍ରପତି ଭାବେ ଏବେ ଏ ଦେଶ ସମ୍ଭାଳ !!!
ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିର ଗୌରବ
ଲାଭକରି ଆଜିଠାରୁ ବାଣ୍ଟି ଯାଅ ବିଶ୍ଵ ସାରା ତୁମ୍ଭରି ସୌରଭ !!!

✍️ ଡ଼ା. ଦେବୀ ପ୍ରସାଦ ମିଶ୍ର

new life
You might also like
error: Content is protected !!