News
WhatsApp Image 2023-10-04 at 17.25.00
samparksetu

ସରକାରୀ ରିପୋର୍ଟ ପଜିଟିଭ୍ ଘରୋଇ ରେ ନେଗେଟିଭ୍, ଦ୍ଵନ୍ଦ ରେ ସ୍ୱାସ୍ଥ୍ୟ ସେବା !

କ୍ୟାନସର ଚିକିତ୍ସା ନିମନ୍ତେ ସମସ୍ତ ପ୍ରସ୍ତୁତି ଅସ୍ତ୍ରୋପଚାର ପରେ ଆସିଲା ନେଗେଟିଭ ରିପୋର୍ଟ । ତେବେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ରୋଗୀ ଙ୍କ ସମ୍ପର୍କିୟ । ତେବେ ଏଭଳି ଅଭିଯୋଗ କୌଣସି ଛୋଟିଆ କ୍ଲିନିକ କିମ୍ବା ଘରୋଇ ହସ୍ପିଟାଲ ଵିରୋଧ ରେ ନୁହେଁ ବରଂ ଯାହାକୁ ଏମ୍ସ ପ୍ଲସ୍ ହପ୍ସିଟାଲରେ ପରିଣତ କରିବା ପାଇଁ ସରକାର ଅଣ୍ଟା ଭିଡୁଥିବା ହସ୍ପିଟାଲ ଵିରୋଧ ରେ ଆସିଛି ଏଭଳି ଅଭିଯୋଗ । 

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାସିନ୍ଦା ପ୍ରଦୀପ୍ତା ଶତପଥୀ (୪୫) ଙ୍କ ଛାତିରେ ଏକ ମାଂସ ବଢ଼ିବାରୁ ଗତବର୍ଷ ଅଗଷ୍ଟ ମାସରେ ଏସସିବିର ସର୍ଜରି ବିଭାଗକୁ ଚିକିତ୍ସା ନିମନ୍ତେ ଯାଇଥିବା ବେଳେ ସେଠାରେ ତାଙ୍କର କ୍ୟାନସର ପରୀକ୍ଷା କରାଯାଇଥିଲା । ରିପୋର୍ଟରେ କ୍ୟାନ୍ସର ଥିବା ଜଣାପଡ଼ିଥିବା ବେଳେ ଏହା ପରେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଆଉଥରେ ଅପରେସନ କରାଯାଇ ଗୋଟିଏ ଅଙ୍ଗ କଟାଯିବା ସହ କେମୋ ମଧ୍ୟ ଦିଆଯାଇଥିଲା ।  ତେବେ ସନ୍ଦେହ ହେବାରୁ ଉକ୍ତ ନମୁନାକୁ ଆଉ ଥରେ ପରୀକ୍ଷା ପାଇଁ ଡାକ୍ତର କହିଥିବା ବେଳେ ରିପୋର୍ଟ ଆଣିବା ପରେ ପରବର୍ତ୍ତି ଚିକିତ୍ସା କରାଯିବ ବୋଲି ମଧ୍ୟ କହିଥିଲେ। ପରେପରେ ରୋଗୀଙ୍କ ସମ୍ପର୍କିୟ ଯାଇ ଏସସିବି ମେଡିକାଲ କଲେଜ ପାଥୋଲୋଜି ବିଭାଗରୁ ପୂର୍ବ ସଂଗୃହିତ ନମୁନା ମାଗିଥିଲେ। ଏହାକୁ ନେଇ ବାହାରେ ପରୀକ୍ଷା କରିଥିଲେ।
ଏହି ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ସେତେବେଳକୁ ମହିଳାଙ୍କ ଅଙ୍ଗ କଟାଯାଇସାରିଥିଲା।

ଡାକ୍ତରଙ୍କୁ ଏହା ଜଣାଇବା ପରେ ଏସସିବି ଯାଇ ପୁନଃ ପରୀକ୍ଷା ରିପୋର୍ଟ ଆଣିବାକୁ କହିଥିଲେ। ଏଠାକୁ ଯାଇ ପୁନଃ ପରୀକ୍ଷା ଯାଞ୍ଚ ରିପୋର୍ଟ ମାଗିବାରୁ ଏହା କ୍ୟାନ୍ସର ନେଗେଟିଭ୍ ଆସିଥିଲା। ଯାହା ପାଇବା ପରେ ରୋଗୀ ଓ ରୋଗୀଙ୍କ ସମ୍ପର୍କିୟ ଦ୍ଵନ୍ଦରେ ପଡ଼ିଥିଲେ ।ପାଥୋଲୋଜି ବିଭାଗ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ପ୍ରଥମେ ତାଙ୍କ ରିପୋର୍ଟ ପଜିଟିଭ ହୋଇଯାଇଥିଲା ବୋଲି ରୋଗୀଙ୍କ ସମ୍ପର୍କିୟ ସନ୍ଦିପ ତ୍ରିପାଠୀ ଅଭିଯୋଗ କରିଛନ୍ତି ।

ଦୁଇ ପ୍ରକାର ରିପୋର୍ଟ ଦେଖିବା ପରେ ଡାକ୍ତର ରୋଗୀଙ୍କ ପରବର୍ତ୍ତି ଚିକିତ୍ସା କରିବାକୁ ମନା କରିଦେଇଛନ୍ତି। ଠିକ୍ ରିପୋର୍ଟ ନେଇ ଆସିବାକୁ କହୁଛନ୍ତି । ଅନ୍ୟପଟେ ଏମ୍ସ ପ୍ଲସ୍ ହପ୍ସିଟାଲରେ ପରିଣତ କରିବା ପାଇଁ ସରକାର ଅଣ୍ଟା ଭିଡୁଥିବା ବେଳେ ହସ୍ପିଟାଲ କର୍ମଚାରୀ ଙ୍କ ଏଭଳି ଅବହେଳା ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବାର ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!