News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜେଆରଡି ଟାଟାଙ୍କୁ ତାଙ୍କ ୧୧୮ତମ ଜନ୍ମବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଜୁଲାଇ ୨୯ ତାରିଖ ଦିନ ଏହାର ନରେନ୍ଦ୍ରପୁରସ୍ଥିତ କାରଖାନାରେ ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୧୮ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଟିଏସ୍‌ଏମ୍‌ର ବରିଷ୍ଠ ନେତୃମଣ୍ଡଳୀ ଯଥା ସେୟାର୍ଡ଼ ସର୍ଭିସେସ୍ ବିଭାଗ ଚିଫ୍ ବେଦ ପ୍ରକାଶ ଠାକୁର, ସୁରକ୍ଷା ବିଭାଗ ଚିଫ୍ ଅଗମ କୁମାର, ମାନବ ସମ୍ବଳ ବିଭାଗ ଚିଫ୍ ଅମିତାଭ ଚନ୍ଦ୍ର ଝା, ପ୍ରଶାସନ ବିଭାଗ ହେଡ ପି ଚନ୍ଦ୍ରଶେଖର ରାଓ, ଟୋଟାଲ କ୍ୱାଲିଟି ମ୍ୟାନେଜମେଣ୍ଟ ବିଭାଗ ହେଡ଼ ଭଲସାନି ରବି କୁମାର, ସୁରକ୍ଷା ବିଭାଗ ହେଡ଼ ଅଭିଶେକ ଶର୍ମା ଏବଂ ଅନ୍ୟ ଅଧିକାରୀମାନେ ଏହି କିମ୍ବଦନ୍ତୀ ପୁରୁଷଙ୍କୁ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହାସହିତ ଆବାସିକ କଲୋନୀରେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ନେଇ ଆଥଲେଟିକ୍ସ ଓ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । କର୍ମଚାରୀଙ୍କ ପାଇଁ ଜେଆରଡି ଟାଟା ଏବଂ ତାଙ୍କ ଜୀବନୀ ଉପରେ ଆୟୋଜିତ ଏକ ଅଧିବେସନକୁ ପ୍ରତିଷ୍ଠିତ ଲେଖକ ଡଃ ଗିରିଶ ପ୍ରସାଦ ସ୍ୱାଇଁ ସମ୍ବୋଧନ କରିଥିଲେ । ଭାରତରେ ପ୍ରଥମ ବ୍ୟବସାୟିକ ବିମାନ ଚାଳକର ପ୍ରମାଣପତ୍ର ପାଇଥିବା ଜେଆରଡିଙ୍କ ଜନ୍ମବାର୍ଷିକୀ ଅବସରରେ କଲୋନୀର ପିଲାମାନଙ୍କୁ ନେଇ ଏକ ବିମାନ ମଡ଼େଲ ନିର୍ମାଣ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ଜେଆରଡି ଟାଟାଙ୍କକୁ ନେଇ ଏକ ଆଲୋଚନାଚକ୍ରର ଆୟୋଜନ କରାଯିବା ପରେ ଖଡ଼ଗପ୍ରସାଦ ଉଚ୍ଚ ବିଦ୍ୟାଳୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏକ ସମାନ ପ୍ରକାର ଆଲୋଚନାଚକ୍ର ପରେ କୁଶପଙ୍ଗା ଉଚ୍ଚ ବିଦ୍ୟାଳୟ ଓ ଶିବପ୍ରସାଦ ଉଚ୍ଚ ବିଦ୍ୟାଳୟରେ ଏକ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଗୁଡ଼ିକରେ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

new life
You might also like
error: Content is protected !!