News
WhatsApp Image 2023-10-04 at 17.25.00
samparksetu

ସଫ୍ଟୱେୟାର ଜନିତ ତ୍ରୁଟି ଯୋଗୁଁ, ଠକାମିର ଶିକାର ହେଉଛନ୍ତି ଗ୍ରାହକ

ମଲ୍ ରୁ ଜିନିଷ କିଣୁଛନ୍ତି କି ତେବେ ହୋଇ ଯାଆନ୍ତୁ ସାବଧାନ, ଆପଣ ମଧ୍ୟ ହୋଇ ପାରନ୍ତି ଠକାମିର ଶିକାର । ଏମଆରପି ରହିଛି ୧୨୯ ଟଙ୍କା ହେଲେ ବିଲ୍ ରେ ଆସିଛି ୧୪୧ ଟଙ୍କା ୫୫ ପଇସା, ମାନେ ନିର୍ଧାରିତ ମୂଲ୍ୟ ଠାରୁ ୧୨ ଟଙ୍କା ଅଧିକ । ତେବେ ଅଭିଯୋଗ ପରେ ତ୍ରୁଟି ମାନି ପଇସା ଫେରିପାଇଲେ ଗ୍ରାହକ ।

ସୂଚନା ଅନୁଯାୟୀ ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଏକ ମଲ୍ ରୁ ଜଣେ ଗ୍ରାହକ ଏକ ଗରମ ମସଲା ସହ ବିଭିନ୍ନ ରାନ୍ଧଣା ସାମଗ୍ରୀ କିଣିଥିଲେ ତେବେ ବିଲ୍ ପୈଠ ପରେ କୌଣସି କାରଣରୁ ବିଲ୍ ଟି ତଦାରଖ କରିଥିବା ବେଳେ କିଣିଥିବା ଗରମ ମସଲା ଟି ଏମଆରପି ଠାରୁ ଅଧିକ ନେଇଥିବାର ଜାଣିବାକୁ ପାଇଥିଲେ । ଗ୍ରାହକ ଦେଇଥିବା ସୁଚନା ଅନୁଯାୟୀ ଗରମ ମସଲା ର ଏମଆରପି ୧୨୯ ଟଙ୍କା ଥିବା ବେଳେ ବିଲ୍ ରେ ୧୪୧ ଟଙ୍କା ୫୫ ପଇସା, ମାନେ ନିର୍ଧାରିତ ମୂଲ୍ୟ ଠାରୁ ୧୨ ଟଙ୍କା ଅଧିକ ଥିଲା । ତେବେ ଏ ନେଇ କ୍ୟାସ କାଉଣ୍ଟର ରେ ଅଭିଯୋଗ ପରେ ଏହା କମ୍ପାନୀ ସଫ୍ଟୱେୟାର ତ୍ରୁଟି ବୋଲି ମଲ୍ କର୍ମଚାରୀ ଜଣାଇଥିବା ବେଳେ ପରେପରେ ପଇସା ଫେରିପାଇଥିଲେ ଗ୍ରାହକ । ତେବେ ପ୍ରଶ୍ନ ଉଠୁଛି କେତେ ଜଣବା ମଲ୍ ରେ ପଇସା ଦେବା ପରେ ବିଲ୍ ଚେକ କରୁଥିବେ, ତେବେ ମଲ୍ ସଫ୍ଟୱେୟାର ଜନିତ ତ୍ରୁଟି ଯୋଗୁଁ କେତେ ଜଣଜେ ଗ୍ରାହକ ଠକାମୀର ଶିକାର ହୋଇନଥିବେ ତାହାର ଠିକଣା ନାହିଁ । ଅନ୍ୟପଟେ ଏଭଳି ସଫ୍ଟୱେୟାର ଜନିତ ତ୍ରୁଟି କୁ ମଲ୍ କର୍ତ୍ତୃପକ୍ଷ ତୁରନ୍ତ ସମାଧାନ କରାଯିବାର ଆବଶ୍ୟକ ବୋଲି ବୁଦ୍ଧିଜିବୀ ମାନେ ମତ ରଖିଛନ୍ତି ।

new life
You might also like
error: Content is protected !!