କପିଳାସ ଯିବା ରାସ୍ତାରେ ବସି ବାଡ଼ି ବିକ୍ରି କରୁଥିବା ଦେଓଗାଁ ଡମ ସାହି ର ନଣ୍ଡା ନାଏକ । ପରିଣତ ବୟସରେ ସମ୍ଭାଳୁଚନ୍ତି ପରିବାର ର ବୋଝ । ସ୍ତ୍ରୀ କୌଣସି ଏକ ରୋଗରେ ଆକ୍ରାନ୍ତ ଥିବା ବେଳେ ପଇସା ଅଭାବ ରୁ ଚିକିତ୍ସା କରିପାରୁ ନାହାନ୍ତି, ଏପଟେ ପୁଅ ମାନସିକ ସ୍ଥିତି ହରାଇ ବସିଥିବା ବେଳେ, ତାଙ୍କ ସ୍ତ୍ରୀ ଓ ନାତି ନାତୁଣୀଙ୍କୁ ମଧ୍ୟ ପ୍ରତିପୋଷଣ କରିବାକୁ ପଡୁଛି । ମିଳୁନି କୌଣସି ସରକାରୀ ଯୋଜନା, ବ୍ଲକ ଅଫିସ ଧାଇଁ ଧାଇଁ ନୟାନ୍ତ ବୋଲି କହନ୍ତି ନଣ୍ଡା ମଉସା । ଏହି ଖବେ ଗତ ଜୁଲାଇ ୮ ତାରିଖରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା ।
ତେବେ ଖବର ପ୍ରସାରଣ ପରେ ସରପଞ୍ଚ ତାଙ୍କୁ ତୁରନ୍ତ ଭତ୍ତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ତାଙ୍କୁ ସହାୟତା ମିଳିଛି ।ଯାଜପୁର ଜିଲ୍ଲାର ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସଦସ୍ୟମାନେ ତାଙ୍କୁ ଦୁଇ ମାସର ରାସନ ଦେବା ସହ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।