News
WhatsApp Image 2023-10-04 at 17.25.00
samparksetu

ପ୍ଲାଷ୍ଟିକମୟ ଓଡ଼ିଶାର କୈଳାସ କପିଳାସ

ଶ୍ରାବଣ ମାସର ସୋମବାର ଚଳଚଞ୍ଚଳ ହୋଇଉଠେ ଓଡ଼ିଶାର କୈଳାସ କପିଳାସ, ଜଳ ଲାଗି ହେବ ମନୋସ୍କାମନା ପୁରଣ କରିବେ ବାବା ଚନ୍ଦ୍ର ଶେଖର । ହଜାର ହଜାର କାଉଡ଼ିଆଙ୍କ ସମାଗମ ଶନିବାର ଠାରୁ ଆରମ୍ଭ ହୋଇଯାଇଥାଏ । ଶ୍ରାବଣ ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତି ଓ ଅନ୍ୟ ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଏ ତାପରେ ପରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଆସି ଧାଡ଼ିରେ ଅପେକ୍ଷା କରିଥିବା କାଉଡ଼ିଆ ଭକ୍ତମାନେ ଜଳଲାଗି କରିଥାନ୍ତି ।

ବୋଲବମ୍ ଧ୍ବନୀ ରେ ପ୍ରକମ୍ପିତ ହୋଇଥାଏ ସମଗ୍ର ହେଲେ ,ଜଳଲାଗି ପରେ କପିଳାସ ର ସବୁଜିମା ରେ ତିଆରି ହୋଇଥାଏ କମଳା ର ଆବରଣ । ତେବେ ତାହା କୌଣସି ପୁଷ୍ପ ର ନୁହେଁ ବରଂ ତାହା ହେଉଛି ପ୍ଲାଷ୍ଟିକ ର ଆବରଣ । ଜଳଲାଗି ପାଇଁ ଆସୁଥିବା କାଉଡ଼ିଆ ପ୍ରାୟତଃ ପ୍ଲାଷ୍ଟିକ ଢାଳରେ ପାଣି ଆଣିଥାନ୍ତି ଜଳଲାଗି ପରେ ତାହାକୁ ସେଇଠାରେ ଫିଙ୍ଗି ଦେଇଥାନ୍ତି । ଏକାଧିକ ଗଦା ହୋଇ ଏକ କୁତ୍ରିମ ପର୍ବତ ମାଳା ସୃଷ୍ଟି ହଇଥାଏ । ତେବେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରଂଭ ହୋଇଥିବା ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ରେ ଏଭଳି ଅବସ୍ଥା ଦେଖିଲେ ସବୁ କିଛି ଫାଙ୍କା ଗୁଳି ଚାଳଣା ପରି ମନେ ହୁଏ ବୋଲି କହିଥାନ୍ତି ଯାତ୍ରୀ ।

new life
You might also like
error: Content is protected !!