News
WhatsApp Image 2023-10-04 at 17.25.00
samparksetu

ଉପରିସ୍ଥ ଅଫିସରଙ୍କ ଉପରେ ଆଖିବୁଜା ଗୁଳିମାଡ କଲେ ଓଡିଆ ଯବାନ

କୋଲକାତା ସ୍ଥିତ ଦେଶର ସର୍ବପୁରାତନ ମ୍ୟୁଜିୟମରେ ଅଘଟଣ, ଓଡ଼ିଆ ସିଆଇଏସଏଫ ଯବାନ ଙ୍କ ଆଖିବୁଜା ଗୁଳିମାଡ ରେ ଜଣେ ଏଏସଆଇ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଥିବାର ସୂଚନା । ଗୁଳିମାଡ କରିଥିବା ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲାର ଅକ୍ଷୟ ମିଶ୍ର ବୋଲି ଜଣାପଡିଛି । ଅନ୍ୟପଟେ  ପ୍ରାଣ ହରାଇଥିବା ଏଏସଆଇ ରଞ୍ଜିତ ଷଡଙ୍ଗୀ ବି ଓଡିଆ ବୋଲି ସୂଚନା ମିଳିଛି ।

ଘଟଣା ପ୍ରାୟ ସନ୍ଧ୍ୟା ୬.୩୦ରେ ଘଟିଥିଲା । ଅକ୍ଷୟ ମିଶ୍ର ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ । ନିଜର ସର୍ଭିସ ରିଭଲଭରରୁ ଅକ୍ଷୟ ସହଯୋଗୀଙ୍କୁ ଗୁଳିମାଡ କରିଥିଲେ । ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ଜଣେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଆହତ ହୋଇଛନ୍ତି । ଅକ୍ଷୟଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗ ପୁଲିସର ଦୁଇଟି ଟିମ ଓ କମାଣ୍ଡୋ ଟିମ ଘଟଣାସ୍ଥଳକୁ ଯାଇଥିଲା । ପ୍ରାୟ ଦୁଇ ଘଣ୍ଟା ଧରି ଅକ୍ଷୟଙ୍କୁ ଧରିବାକୁ ଉଦ୍ୟମ କରାଯାଇଥିଲା । ଶେଷରେ ଅକ୍ଷୟ ମିଶ୍ରଙ୍କୁ ଗିରଫ କରାଯାଇଥିଲା ।

କୁହାଯାଉଛି, ନିଜ ବାପାଙ୍କ ମୃତ୍ୟୁ ପରେ ଅକ୍ଷୟ ମିଶ୍ରଙ୍କୁ ଛୁଟି ମିଳିନଥିଲା । ଆଉ ଏଥିରେ ଚାପଗ୍ରସ୍ତ ହୋଇ ସେ ଗୁଳିମାଡ କରିଥିବା ଜଣାପଡିଛି ।

new life
You might also like
error: Content is protected !!