News
WhatsApp Image 2023-10-04 at 17.25.00
samparksetu

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାବାସୀଙ୍କ ପାଇଁ ଜଳଯୋଗାଣ ବ୍ୟବସ୍ଥା ଆହୁରି ସୁଦୃଢ କରିବାକୁ କ୍ୟାବିନେଟ୍ ବୈଠକରେ ‘ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ’ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ₹୨୨୧ କୋଟିର ଖର୍ଚ୍ଚ ଅଟକଳ ହୋଇଛି। ଏହାଦ୍ବାରା ଉଭୟ ଜିଲ୍ଲାରେ ଚାଷର ଉନ୍ନତି ସହ ୪୫ଟି ଗାଁକୁ ପାନୀୟ ଜଳଯୋଗାଣ ସୁନିଶ୍ଚିତ ହେବ।

ଢେଙ୍କାନାଳ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ କ୍ୟାବିନେଟ ବୈଠକରେ ୪ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ୨ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ୭୧ଟି ଗ୍ରାମ ପଞ୍ଚାୟତର ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି ।

new life
You might also like
error: Content is protected !!