News
WhatsApp Image 2023-10-04 at 17.25.00
samparksetu

ଭିଜିଲାନ୍ସ ହାତରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି

ଭିଜିଲାନ୍ସ ହାତରେ ରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ର କିରାଣି ଉତ୍ତମ ରାଉତ । ଲାଞ୍ଚ କାରବାର ଚାଲିଥିବା ବେଳେ ଲ କଲେଜ ମୁଖ୍ୟ କିରାଣି ଉତ୍ତମ ରାଉତଙ୍କୁ ଧରିଲା ଭିଜିଲାନ୍ସ ଟିମ୍ ।

ସୂଚନା ଅନୁଯାୟୀ, କଲିକତା ର ଜଣେ ଆଇନ ଛାତ୍ର ମାସୁଦ୍ ହୁସେନ ଙ୍କ ଆଟେଣ୍ଡାନ୍ସ କ୍ଲିଅରାନ୍ସ ସାର୍ଟିଫିକେଟ କରିଦେବା ପାଇଁ ଉତ୍ତମ ରାଉତ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେପରେ  ୮ହଜାର ୫ଶହ ଟଙ୍କା ରେ ରାଜି ହୋଇଥିଲେ।  ତେବେ ଆଜି ଦିନ ୧୧ଟା ବେଳେ ଲାଞ୍ଚ କାରବାର ଚାଲିଥିବା ଭିଜିଲାନ୍ସ ବିଭାଗ  ମୁଖ୍ୟ କିରାଣି ଉତ୍ତମଙ୍କୁ ଧରିଥିଲା । ଉତ୍ତମ  ଲାଞ୍ଚ ନେଇଥିବା ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଥିବା ବେଳେ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ।

new life
You might also like
error: Content is protected !!