ନାହିଁ ନଥିବାର ଲାଗି ରହୁଛି ବିଦ୍ୟୁତ କାଟ, କେତେବଳେ ପୋଲ ମରାମତି ତ କେତେବଳେ ୧୧ କେଭି ସମସ୍ୟା ଏଭଳି କିଛି କାର୍ଯ୍ୟ ପାଇଁ ପ୍ରାୟ ପତ୍ୟେକ ଦିନ ବାଧାପ୍ରାପ୍ତ ହେଉଛି ବିଦ୍ୟୁତ ସରବରାହ । ହେଲେ ଫଳ ଶୂନ୍ୟ ସହର ମଧ୍ୟରେ ଥିବା ୩ ନମ୍ବର ୱାର୍ଡ ରେ ହାତ ପାହାନ୍ତା ରେ ଝୁଲିଛି ବିଦ୍ୟୁତ ତାର ଅଭିଯୋଗ ପରେ ମଧ୍ୟ ଶୁଣୁ ନାହାନ୍ତି । ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ହେୟ ମନେକରି ଦରମାର ଆନନ୍ଦ ନେଉଛନ୍ତି ଅଧିକାରୀ । ବିପଦ ସଂକୁଳ ଅବସ୍ଥାରେ ଚାଲିଛି ଯାତାୟାତ ।
ଟ୍ୱିଟର ଯୋଗେ ଟିପିସିଓଡିଏଲ କୁ ଅଭିଯୋଗ କଲେ ସଠିକ ସ୍ଥାନ ଟି କର୍ମଚାରୀ ପାଉନାହାନ୍ତି ବୋଲି ଜଣାଉଥିବା ବେଳେ ସେହି ସ୍ଥାନ ଦେଇ ପ୍ରତ୍ୟେକ ଦିନ ବିଦ୍ୟୁତ ଭ୍ୟାନ ଯାତାୟାତ କରୁଛି ବୋଲି ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା । ତାଙ୍କୁ ଏନେଇ ଜଣାଇଥିଲେ ମଧ୍ୟ କୌଣସି ଉଚ୍ଚିତ ପଦକ୍ଷେପ ମଧ୍ୟ ନେଉ ନାହାନ୍ତି । ତେଣୁ ବାଧ୍ୟ ହୋଇ ନାଲି ଫିତା ବାନ୍ଧି ତାର ଗୁଡିକ ବିପଦ ସଂକୁଳ ଅବସ୍ଥା ରୁ ଟିକିଏ ଉପରକୁ ଉଠାଇ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଢେଙ୍କାନାଳ ବିଦ୍ୟୁତ ଅଧିକାରୀ ଙ୍କ ଏଭଳି ହେୟ ଜ୍ଞାନ ସମ୍ପୂର୍ଣ୍ଣ ବିଭାଗର ଅପାରଗତା ର ଫଳକ ସାଜିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ।