ଅନ୍ନ ବ୍ରହ୍ମରୁପ କୈବଲ୍ୟ ସ୍ୱରୂପ
ଅନ୍ନ ରୁ ଗଢା ଶରୀର
ବ୍ରହ୍ମାର୍ପଣେ ଅନ୍ନ ପବିତ୍ରିକରଣ
ସୂକ୍ଷ୍ମ ଅଂଶେ ମନ ସ୍ଥିର ।
ଋଷି ପଞ୍ଚମୀରେ ଋଷି ସଂସ୍କୃତିରେ
ନବ ଶସ୍ୟେଷ୍ଟି ବିଧାନ
ଅନ୍ନଦାତ୍ରୀ ମାତ ପଦେ ସମର୍ପିତ
କୃତଜ୍ଞତା ଭରା ପ୍ରାଣ ।
ନବ ପରିଧାନେ ପରିବାର ଜନେ
ପରସ୍ପର ମାନ୍ୟ ଦାନେ
ସରଳ ବିନୟ ଭାବ ବିନିମୟ
ନବୀନ ପୁଲକ ମନେ।
ଏକତ୍ର ଜୀବନ ଲାଗେ ପରିପୂର୍ଣ୍ଣ
ପ୍ରେମ ମୂଳମନ୍ତ୍ର ଜାର
ଗୁରୁ ଗୁରୁଜନ ଚରଣେ ବନ୍ଦନ
ନୂଆଖାଇ ର ଜୁହାର ।
ଜ୍ୟେଷ୍ଠ ଶ୍ରେଷ୍ଠଜନ ପ୍ରିୟତ୍ଵ ଭାଜନ
ଲଭିତହୁଁ ଶୁଭାଶୀଷ
ଆମ ପରମ୍ପରା ଜଗତେ ନିଆରା
ପ୍ରଭୁଙ୍କ ପାଦେ ଆଶ୍ରିତ ।
✍️ ଇଂ ବସନ୍ତ କୁମାର ବରାଳ