News
WhatsApp Image 2023-10-04 at 17.25.00
samparksetu

ବାଘଧରିଆ ଜଙ୍ଗଲ ରୁ ମାଈ ହାତୀର ମୃତଦେହ ଉଦ୍ଧାର

ସୁରକ୍ଷା ଖୋଜୁଚି ହାତୀ, ଗୋଟିଏ ପରେ ଗୋଟିଏ ଚାଲି ଯାଉଛି ନିରୀହ ହାତୀଙ୍କ ଜୀବନ । ସତେ ଯେପରି ହାତୀ ଶୂନ୍ୟ ହୋଇଯିବ ଢେଙ୍କାନାଳ ବନଖଣ୍ଡ ।  ଆଜି ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବାଘଧରିଆ ଜଙ୍ଗଲରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ପାଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ  ତେବେ ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଫସି ହାତୀଟିର ମୃତ୍ୟୁ ହୋଇ ରହିବାର ସୂଚନା  ମିଳିଛି । ଅନ୍ୟପଟେ ଘଟଣା ସ୍ଥଳରେ ଏକ ବାରହା ର ମୃତଦେହ ପଡିଥିବାର ଦେଖା ଦେଇଛି ।

ଢେଙ୍କାନାଳ ବନଖଣ୍ଡରେ ବିଭିନ୍ନ ସମୟରେ ହାତୀ ମୃତ୍ୟୁ ଘଟଣା ନଜରକୁ ଆସୁଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ହାତୀଙ୍କ ସୁରକ୍ଷା ଯୋଗାଇ ବାରେ ଢେଙ୍କାନାଳ ବନ କର୍ମଚାରି ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା । କିଛି ଦିନ ତଳେ ମହାବିରୋଡ ରେଞ୍ଜ ଅଧୀନରେ ଏକ ହାତୀର ମୃତ୍ୟୁ ଏହିପରି ହୋଇଥିବା ବେଳେ ଆଜିର ହାତୀ ମୃତ୍ୟୁ ବନ ବିଭାଗର ଚିନ୍ତା ବଢ଼ାଇଛି।

new life
You might also like
error: Content is protected !!