News
WhatsApp Image 2023-10-04 at 17.25.00
samparksetu

କହ୍ନେଇପାଳ ସ୍କୁଲରେ ଚାଉଳ ବିକ୍ରି ଧରିଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦୟାଣାବିଲ ପଞ୍ଚାୟତ କହ୍ନେଇପାଳ ନୋଡାଲ ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ  ପାଚେରୀ ଡେଇଁ ରୋଷେୟା ନେଉଥିବା ବେଳେ  ଧରିଲେ ଗ୍ରାମବାସୀ , ଘଟଣା ସ୍ଥଳ ରେ ଉତ୍ତେଜନା ବୃଦ୍ଧି ପାଇବାରୁ ଛୁଟିପରେ ଵି ଏକଘଣ୍ଟା ଅଟକ ରହିଥିଲେ  ଶିକ୍ଷକ ଶିକ୍ଷୟତ୍ରୀ ।  ସରପଞ୍ଚ ଙ୍କ ହସ୍ତକ୍ଷେପ ପରେ ସନ୍ଧ୍ୟା ରେ  ମୁକୁଳିଥିଲେ  ଶିକ୍ଷକ ଶିକ୍ଷୟତ୍ରୀ । ସୂଚନା ଅନୁଯାୟୀ ରାଜ୍ୟ ଠାରୁ କେନ୍ଦ୍ର ଯାଏ  ପିଲା ଙ୍କ ଉପସ୍ଥାନ ବଢିବା ଓ ଅପପୃଷ୍ଟି ରୋକିବା ପାଇଁ  ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି,  କିନ୍ତୁ ଛାତ୍ରଛାତ୍ରୀଙ୍କ ପେଟକୁ କାଟି ବିଦ୍ୟାଳୟରୁ ଚାଉଳ ବିକ୍ରି ହେଉଛି । ଢେଙ୍କାନାଳ ଜିଲ୍ଲା

ଭୁବନ ବ୍ଲକ ଅନ୍ତର୍ଗତ କହ୍ନେଇପାଳ ସ୍ଥିତ ବିଦ୍ୟାଳୟଟି ୧୯୫୩ ମସିହାରୁ ଆରମ୍ଭ ହୋଇଥିବା ବେଳେ ବିଦ୍ୟାଳୟରେ ମୋଟ ୨୨୫ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ତେବେ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ରୋଷେୟା ବିଦ୍ୟାଳୟରୁ କିଣିକି ନେଉଥିବା ଏକ ଭିଡିଓ ଭାଇରାଲ ହେବାପରେ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ ହୋଇଥିଲା । ବିଦ୍ୟାଳୟ ପାଚେରୀ ଉପରେ ଚାଉଳ ଭର୍ତ୍ତି ବସ୍ତା ଓ ଡେକଚି ଦେଖିବାକୁ ମିଳିଥିଲା । ଫଳରେ ଏହାକୁନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ସହ ଗେଟ ଆଗରେ ଘଣ୍ଟା ଘଣ୍ଟା ଧରି ଗ୍ରାମବାସୀ ଜଗିରହିଥିଲେ । 

ସରପଞ୍ଚ ଦିଲ୍ଲୀପ ସାହୁ ଶିକ୍ଷା ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ଗ୍ରାମବାସୀ ବିଦ୍ୟାଳୟ ଫାଟକ ଆଗରୁ ହଟିଥିଲେ । ତେବେ ଏନେଇ ପରିଚାଳନା କମିଟି ସଭାପତି ଅରୁଣ ବେହେରା କୁହନ୍ତି ଗ୍ରାମବାସୀଙ୍କ ଠାରୁ ଶୁଣି ଆସି ଦେଖିବା ବେଳକୁ ପାଚେରୀରେ ଚାଉଳ ଥୁଆହୋଇଛି ।  ଅନ୍ୟପଟେ ବିଦ୍ୟାଳୟରୁ ଚାଉଳ ଚୋରି  ଏହା ପ୍ରଥମ ଥର ନୁହେଁ, ଆଗରୁ ଵି ଧରିଥିଲୁ  ବାରମ୍ବାର ଏପରି କରିବା ଠିକ ନୁହେଁ ବୋଲି  ଗ୍ରାମବାସୀ ହାଡିବନ୍ଧୁ ସାହୁ କହିଛନ୍ତି । ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ମିଶ୍ର ଙ୍କ କହିବା ଅନୁଯାୟୀ ସିଏ ଅଫିସ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ସରପଞ୍ଚଙ୍କ ଠାରୁ ଜାଣିବାକୁ ପାଇଥିଲେ ରୋଷେୟା ଚାଉଳ ନେଇଛି, ଆମ ସ୍କୁଲ ଷ୍ଟକ ଦେଖିବା ପରେ  ଜଣାପଡିବ । 

new life
You might also like
error: Content is protected !!