ସନ୍ଧ୍ୟା ହେଲେ ସ୍ପୀଡ଼ ବାଇକର ଙ୍କ ଦୌରାତ୍ମ୍ୟ, ଚାରି ଛକ ରେ ନାହିଁ ହମ୍ପ୍ସ ପ୍ରତିଦିନ ଘଟୁଛି ଦୁର୍ଘଟଣା । ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଛି ଢେଙ୍କାନାଳ ପୋୖରପାଳିକା ଅନ୍ତର୍ଗତ ମଧୁବନ ସ୍ଥିତ ୨ ନମ୍ବର ୱାର୍ଡ ର ରାସ୍ତା । ମନ୍ଦିର ସମେତ କଲେଜ ଏବଂ ଶତାଧିକ ସ୍ଥାନୀୟ ବାସିନ୍ଦା ଏହି ରାସ୍ତା ଉପରେ ନିର୍ଭରଶୀଳ ରାସ୍ତା ସମେତ ଡ୍ରେନ ନିର୍ମାଣ ଅତି ନିମ୍ନ ମାନର ହୋଇଥିବା ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ ହୋଇଥିବା ବେଳେ ପୋୖର ଯନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବା ବେଳେ ସୁରୁଖୁରୁ ରେ ବିଲ୍ ପାସ ହୋଇ ରାସ୍ତା ନିର୍ମାଣ ମଧ୍ୟ ସରିଯାଇଥିବାର ଜଣାପଡିଛି ।
ହେଲେ ନିର୍ମାଣ ସମୟରେ ସେଠାରେ ଥିବା ହମ୍ପ୍ସ ଟି କଟାଯାଇଥିବା ବେଳେ ନୂତନ ରାସ୍ତା ନିର୍ମାଣ ସମୟରେ ସେଠାରେ ଆଉ ହମ୍ପ୍ସ ତିଆରି କରାଯାଇ ନାହିଁ । ତେଣୁ ମନ୍ଦିର ଏବଂ କଲେଜ ପଟୁ ମୁଖ୍ୟ ରାସ୍ତା ଆସୁଥିବା ଯାତ୍ରୀ ଙ୍କ ସମେତ ଅପର ପାର୍ଶ୍ଵ ଯାତ୍ରୀ ବାରମ୍ବାର ମୁହାଁମୁହିଁ ଧକ୍କା ହୋଇଥିବାର ଦେଖା ଦେଇଛି । ସନ୍ଧ୍ୟା ହେଲେ ସେହି ରାସ୍ତା ଟିରେ ହମ୍ପ୍ସ ନଥିବାରୁ ସ୍ପୀଡ଼ ବାଇକର ଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ସନ୍ଧ୍ୟା ସମୟରେ ବୃଦ୍ଧ ଏବଂ ସ୍ଥାନୀୟ ଅଞ୍ଚଳରେ ରହୁଥିବା କିଛି ସ୍କୁଲ ଛାତ୍ରଛାତ୍ରୀ ସେହି ରାସ୍ତାଟିରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ତେବେ ହମ୍ପ୍ସ ଟି ସେଠାରେ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଟ୍ୱିଟର ଯୋଗେ ଅଭିଯୋଗ କରାଯାଇଛି ବୋଲି ସ୍ଥାନୀୟ ବାସିନ୍ଦା ଅବଗତ କରିଛନ୍ତି ।