News
WhatsApp Image 2023-10-04 at 17.25.00
samparksetu

ଭୁବନ ପ୍ରସିଦ୍ଧ ଦଶହରା ନିମନ୍ତେ ପ୍ରସ୍ତୁଟି ବୈଠକ

ଆରମ୍ଭ ହୋଇଛି ପାର୍ବଣ, ଅଳ୍ପଦିନରେ ଧରାପୃଷ୍ଟ କୁ ଆସିବେ ମା’
ଦୁର୍ଗା । ଢେଙ୍କାନାଳ ଜିଲ୍ଲା ଭୁବନ ର ଐତିହ୍ଯ କହିଲେ ଦଶହରା ଯାତ୍ରା ଓ ବଳଦଯାତ୍ରା । ସଂସ୍କୃତି ଓ ଭାଇଚାରା ପର୍ବ  କହିଲେ ଭୁବନ ର ଦଶହରା କୁ ବୁଝାଏ  । ଥୋରିଆ ସମାଜ ତରଫରୁ ବ୍ୟବସାୟିକ ଐତିହ୍ଯ ଓ ବଳଦମାନଙ୍କ ଭୂମିକା କୁ ସମାଜ ଆଗରେ ବଞ୍ଚାଇ ରଖିବାକୁ ଶୁଭାରମ୍ଭ କରିଥିଲେ ବଳଦଯାତ୍ରା  । ଯାହାକି କାଳକ୍ରମେ ଗଣପର୍ବ ର ରୂପ ନେଇଥିଲା  । ଯାହାକି ଶାନ୍ତିପୂର୍ଣ୍ଣ ଭାବେ ଆଜିପର୍ଯ୍ୟନ୍ତ ଚାଲି ଆସିଛି  । କୋଭିଡ କଟକଣା ହେତୁ ଦୁଇବର୍ଷ ପରେ ଚଳିତ ବର୍ଷ ଭୁବନ ରେ କିପରି ଦଶହରା ପର୍ବ ଧୁମଧାମ ସହକାରେ ପାଳନ ହେବ ବୋଲି ସଭିଙ୍କ ମନରେ ରହିଛି ଉତ୍କଣ୍ଠା  । ପୂଜା କିପରି ଶାନ୍ତି ଶୃଙ୍ଖଳା ରେ ପାଳିତ ହେବ ଏନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ଯାଳୟ ରେ ଥିବା ସଦଦ୍ଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକ କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ସଂଯୋଜନା କରିଥିବା ବେଳେ ଅଧ୍ୟକ୍ଷତା କରିଥିଲେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଂଙ୍କର ସାହୁ, ନଗରପାଳ ଶୁଭେନ୍ଦୁ ସାହୁ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ ଉକ୍ତ ସଭାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବେଳେ, ଭୁବନ ବ୍ଲକ ବିଡିଓ, ତହସିଲଦାର, ଭୁବନ ଥାନା ଅଧିକାରୀ ସୌଭାଗ୍ଯ କୁମାର ସ୍ବାଇଁ, ଶାନ୍ତିକମିଟି ବରିଷ୍ଠ ସଦସ୍ଯ ବାସୁଦେବ ବେହେରା, ପଣ୍ଡିତ ମାତୃପ୍ରସାଦ ମିଶ୍ର, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ , ଶ୍ରୀଧର ବେହେରା, ମୀରାବାଈ କଳାବିକାଶ କେନ୍ଦ୍ର ମୁଖ୍ଯ ଭଗବାନ ଗୁରୁ,  ଆଇନଜୀବୀ ଶ୍ରୀକାନ୍ତ ସାହୁ,  ଗଣେଷ ମେଲଣ ମହୋତ୍ସବ ସଭାପତି ଦିପକ ରଞ୍ଜନ ବେହେରା ଏବଂ ବିଭିନ୍ନ ବଳଦିଆ କମିଟି ଓ ପୂଜା ମଣ୍ଡପ କମିଟି ର ସଦସ୍ଯବୃନ୍ଦ ଉପସ୍ଥିତ ରହିଥିଲେ  । ଏଥିସହିତ ବିଭିନ୍ନ ବିଭାଗ ମୁଖ୍ଯ ଯୋଗଦେଇ ଯାତ୍ରା ସମୟରେ ଲୋକମାନଙ୍କର ସୁବିଧା ଉପଲବ୍ଧ କରାଇବା  ଦିଗରେ ନିଆଯାଉଥିବା ପଦକ୍ଷେପ କୁ ନେଇ ଆଲୋଚନା କରିଥିଲେ  ।

ପୂଜା ସମୟରେ ଆଇନଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ବ ଦିଆଯିବ ବୋଲି ଆଲୋଚନା ହୋଇଥିବା ବେଳେ ନିରବଛିନ୍ନ ପାନୀୟଜଳ ଓ ବିଦ୍ୟୁତ ସରବରାହ ଦିଗରେ ଆଲୋକପାତ କରାଯାଇଛି । ସେହିପରି ପୂଜା ପୂର୍ବରୁ ରାସ୍ତା ମରାମତି ଓ ପରିମଳ ବ୍ୟବସ୍ଥାରେ ସୁଧାର , ଶୌଚାଳୟ କାର୍ଯ୍ୟକ୍ଷମ , ଯାତ୍ରୀମାନଙ୍କ ଲାଗି ନୂତନକରି ବିଶ୍ରାମକକ୍ଷ  ଏବଂ ସୂଚନାକେନ୍ଦ୍ର, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା । ସେହିପରି ବେଆଇନ ମଦଦୋକାନୀ ଙ୍କ ଉପରେ ଟାକ୍ସଫୋର୍ସ ଯୋଗେ ଚଢାଉ ସହ ସାଉଣ୍ଡ ବ୍ୟବସ୍ଥା କୁ ନେଇ ଶକ୍ତ ହୋଇଛି କମିଟି।  ଅନ୍ୟପଟେ
ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବାର ମଧ୍ୟ ବ୍ୟବସ୍ଥା କରାଯାଉଥିବାର ଜଣାଯାଇଛି ।

new life
You might also like
error: Content is protected !!