News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଷ୍ଟେସନର ହେବ ନବୀକରଣ, ସମ୍ବଲପୁର ରୁ ଢେଙ୍କାନାଳ ଦେଇ କଲିକତା କୁ ଯୋଡି ହେବ ରେଳସେବା

ଢେଙ୍କାନାଳ ଅର୍ଥନୀତି ରେ ଯୋଡ଼ିହେବ ନୂଆ ଅଧ୍ୟାୟ, ଜିଲ୍ଲାରେ ଥିବା ବିଭିନ୍ନ ଷ୍ଟେସନ ଗୁଡିକ ରେ ମିଳିବ ଅତ୍ୟାଧୁନିକ ସେବା  । ଢେଙ୍କାନାଳ ଦେଇ ଯିବ କଲିକତା କୁ ଟ୍ରେନ ।  କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ରେଳ ଷ୍ଟେସନ ଓ ପିଏଚ ବୁଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ  । ଢେଙ୍କାନାଳ ମୁଖ୍ୟ ରେଳ ଷ୍ଟେସନ ସମେତ ମେରାମୁଣ୍ଡଳୀ, ହିନ୍ଦୋଳ ରୋଡ଼, ସଦାଶିବପୁର, ଶାମାଚରଣ ପୁର ଏବଂ ଜୋରନ୍ଦା ଷ୍ଟେସନରେ ପହଁଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଭାରତୀୟ ରେଳ ବିଭାଗର ଅଧିକାରୀଙ୍କ ମଧ୍ୟ ଉପସ୍ଥିତ ଥିଲେ । 

ଓଡ଼ିଶା ଏବଂ ଭାରତବର୍ଷର ଅର୍ଥନୀତିକୁ ମଜଭୂତ୍ କରିବାରେ ଢ଼େଙ୍କାନାଳର ଅବଦାନ ଅତୁଳନୀୟ ବୋଲି ଶ୍ରୀ ପ୍ରଧାନ ଜଣାଇବା ସହ ଢେଙ୍କାନାଳର ଅର୍ଥନୀତିକୁ ମଜଭୂତ୍ କରିବା ଏବଂ ଯାତ୍ରୀ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ଖୁବ ଶୀଘ୍ର ଢ଼େଙ୍କାନାଳ ଷ୍ଟେସନର ନବୀକରଣ ହେବ ଏବଂ ଏକ ନୂଆ ଟ୍ରେନ ସମ୍ବଲପୁରରୁ ବାହାରି ଅନୁଗୋଳ, ତାଳଚେର ଓ ଢେଙ୍କାନାଳ ଦେଇ କୋଲକତା ପର୍ଯ୍ୟନ୍ତ ଯିବ ବୋଲି ଜଣାଇଛନ୍ତି, ଯାହା ଦ୍ୱାରା ଜିଲ୍ଲାରେ ବାଣିଜ୍ୟ ଓ ବ୍ୟବସାୟରେ ବୃଦ୍ଧି ଘଟିବ ।

ଯୋରନ୍ଦା ମହିମା ଧର୍ମର ଧାର୍ମିକ ଓ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଭାବରେ ଅନ୍ୟତମ । ଏ ଦିଗରେ ଯୋରନ୍ଦା ରେଳ ଷ୍ଟେସନର ଉନ୍ନତିକରଣ ଓ ଯାତ୍ରୀ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ନାଗରିକଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ଷ୍ଟେସନ ଗୁଡିକ ରେ ବିପୁଳ ସଂଖ୍ୟକ ଜନ ସାଧାରଣ ତଥା ବିଜେପି କର୍ମୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

new life
You might also like
error: Content is protected !!