News
WhatsApp Image 2023-10-04 at 17.25.00
samparksetu

ପକ୍ଷୀ ଶିକାରୀ ସାଜିଛି ଢେଙ୍କାନାଳ ବିଦ୍ୟୁତ ବିଭାଗ, ପ୍ରତିଶ୍ରୁତି ସାଜିଲା ପାଣି ଫୋଟକା !

ପ୍ରକୃତୀର କୋଳରେ ଆମ ସହର ଢେଙ୍କାନାଳ । ଏହାର ଚତୁରପାର୍ଶ୍ଵ ବିଶାଳ ପାହାଡ଼ ପ୍ରାଚୀର ପରି ଠିଆ । ତେଣୁ ସହରରେ ବିଭିନ୍ନ ପକ୍ଷୀ ଦେଖିବାକୁ ମିଳିଥାନ୍ତି । ବିଶେଷ କରି ଦେଉଳସାହି, କୁଞ୍ଜକାନ୍ତ, କଲେଜ ବାଇପାସ ଏବଂ କୋରିଆଁ ଛକ ପାଖରେ ବିଭିନ୍ନ ବିରଳପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି। ହେଲେ ଦିନକୁ ଦିନ ଏମାନଙ୍କ କୋଳାହଳ କମିବାରେ ଲାଗିଛି । ଏହାର କାରଣ ସହର ଚାରିପାଖ ରେ ମାୟାଜାଲ ପରି ବିଛେଇ ହୋଇରହିଥିବା ୧୧କେଭି ତାର । ଜଙ୍ଗଲରୁ ଉଡ଼ିଆସି ଏମାନେ ଏହି ୧୧କେଭି ରେ ବସି ପଡ଼ିଥାନ୍ତି ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଥାଏ । ବିଗତ କିଛି ବର୍ଷ ହେବ କୁଞ୍ଜକାନ୍ତ ଅଞ୍ଚଳରେ ପ୍ରତିଦିନ ଏକାଧିକ ପକ୍ଷୀ ଏହି ୧୧ କେଭି ସଂସ୍ପର୍ଶରେ ଆସି ମୄତ୍ୟୁ ମୁଖରେ ପଡିଥିବାର ଦେଖିବାକୁ ମିଳୁଛି ।

ତେବେ ଏନେଇ ଖବର ପ୍ରସାରଣ ସହ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ମାଟିତଳେ ବିଛାଯିବ ୧୧କେଭି ବୋଲି  ୮ ସେପ୍ଟେମ୍ବର ୨୦୨୦ ଦିନ ପ୍ରତିଶୃତି ଦେଇଥିଲେ, ତେବେ ପ୍ରତିଶ୍ରୁତି ସାଜିଛି ପାଣି ଫୋଟକା । କର୍ତ୍ତୃପକ୍ଷ ଙ୍କ ଏଭଳି ଅପାରଗତା ଏବଂ ବେପାରୁଆ ମନୋଭାବ ଯୋଗୁଁ ପ୍ରତ୍ୟେକ ଦିନ ପକ୍ଷୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପଟେ ମେଣ୍ଟେନାନ୍ସ ଆଳରେ ଘଂଟା ଘଂଟା ବିଦ୍ୟୁତ କାଟ କରାଯାଉଥିବା ବେଳେ ମାଟିତଳେ ତ ଦୂରର କଥା କୋଟେଡ଼ ତାର ମଧ୍ୟ ବ୍ୟବସ୍ଥା କରାଯାଇପାରୁ ନାହିଁ । ଅନ୍ୟପଟେ ଆଧୁନିକତା କୁ ଆଗେଇବା ପାଇଁ ଏହି ନିରୀହ ପକ୍ଷୀଙ୍କ ଜୀବନ ନେବା ପରିବେଶବିତ୍ ଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

new life
You might also like
error: Content is protected !!