ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ମହିଷାପାଟ ରେ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଛି । ତେବେ ମେଳା କୁ ଆସୁଥିବା ଦର୍ଶକ ଗାଡି ପାର୍କିଂଗ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆଠଗଡ,ସପ୍ତଶଯ୍ୟା,ଶଙ୍କରପୁର ସହ ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟକ ଦର୍ଶକ ପ୍ରତ୍ୟେକ ଦିନଦ ଗଜଲକ୍ଷ୍ମୀ ପୂଜାକୁ ଆସୁଛନ୍ତି । ପଲ୍ଲିଶୀ ମେଳା ନିକଟ ରେ କିଛି ଯୁବକ ମୋଟର ସାଇକଲ ଷ୍ଟାଣ୍ଡ କରିବା ସହ ଯେଉଁମାନେ ମୋଟରସାଇକେଲ ରେ ବଜାର ଭିତରକୁ ଆସିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତାଙ୍କ ଗାଡି ଗୁଡିକ ବଳପୁର୍ବକ ଷ୍ଟାଣ୍ଡ ରେ ରଖି ଯିବାକୁ ବାଧ୍ୟ କରୁଛନ୍ତି ବୋଲି ଜଣେ ଦର୍ଶକ ଜଣାଇଛନ୍ତି । ଫଳରେ ଦର୍ଶକ ମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ଗାଡି ସେଠାରେ ପାର୍କିଂଗ କରି ଚାଲି ଚାଲି ଏତେ ବାଟ ଚାଲିବା ସମ୍ଭବ ହେଉ ନାହିଁ ଫଳରେ ପୂଜା ନ ବୁଲି ସେଠାରୁ ଫେରି ଯାଉଛନ୍ତି ବୋଲି ନିଜ ବାପା ମାଆ ଙ୍କୁ ନେଇ ଆସିଥିବାର ଜଣେ ବ୍ୟକ୍ତି ଜଣାଇଛନ୍ତି । ମୁଖ୍ୟ ରାସ୍ତା ସହ ବିଭିନ୍ନ ସରକାରୀ କଲୋନୀ ରେ ଗାଡି ରଖିଲେ ମଧ୍ୟ ଟିକସ ଆଦାୟ କରାଯାଉଛି ଏପରିକି ଜାତୀୟ ରାଜପଥ ଉପରେ ଗାଡି ରଖିବାକୁ କହି ଟିକସ ଆଦାୟ କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ପୋଲିସ ଏବଂ ସୁରକ୍ଷା ବାହିନୀ ଥିଲେ ମଧ୍ୟ ସବୁ ଦେଖେଣା ହାରି ସାଜିଛନ୍ତି ।
ତେବେ ରାଜପଥ ରେ ଗାଡି ପାର୍କିଂଗ କରାଇ ଟିକସ ଆଦାୟ କୁ ବୁଦ୍ଧିଜୀବି ମହଲରେ ତୀବ୍ର ନିନ୍ଦା ପ୍ରକାଶ କରିଛନ୍ତି । ଏଥିପାଇଁ କେଉଁ ଅଧିକାରୀ ତାଙ୍କୁ ଅନୁମତି ଦେଇଛନ୍ତି ଏପ୍ରଶ୍ନ ସମସ୍ତ ଙ୍କ ମନରେ ସୃଷ୍ଟି ହେବା ସହ ସମ୍ପୃକ୍ତ ବେଆଇନ ପାର୍କିଂଗ ଟିକସ ଉଚ୍ଛେଦ ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ମହଲରେ ଦାବି ଉଠିଛି । ଅନ୍ୟପଟେ ପାର୍କିଂ କୁ ନେଇ ଦୁଇଗୋଷ୍ଠୀ ଙ୍କ ମଧ୍ୟରେ ବିବାଦ ଲାଗିଥିବା ବେଳେ ପରିସ୍ଥିତି ଉତ୍ତେଜନା ମୁଳକ ହେବାରୁ ପୋଲିସ କିଛି ଯୁବକଙ୍କୁ ଅଟକ ରଖିଥିବାର ଜଣାଯାଇଛି ।