ଦୁଇ ଶହ ଛଅ ହାଡର ସମୂହ
ଏହି ମାନବ ଶରୀର
ରକ୍ତ ମାଂସ ଶିରା ଧମନୀରେ ପରା
ଜୀବନ ହସେ ଆମର l
ବିଚିତ୍ର ଏ ସୃଷ୍ଟି ଧନ୍ୟ ସେହି ସ୍ରଷ୍ଟା
ରଚିଛି ସଂସାର ତାର
ରହେ ନାହିଁ କେହି ଚିର ଦିନ ପାଇଁ
ମରି ଯାଏ ଏ ଶରୀର l
ଆଖି କାନ ମୁଣ୍ଡ ନାସା ପେଟ ତୁଣ୍ଡ
ଗୋଡ଼ ହାତ ସବୁ ରହି
କି ସୁନ୍ଦର ଦିଶେ ମଣିଷର ବେଶେ
ଶରୀରର ନାମ ବହି l
ଅଟେ ଦିବ୍ୟ ସୃଷ୍ଟି ଵିଭୂଙ୍କ ଏହା ଟି
ବୁଦ୍ଧି, ଜ୍ଞାନ, ପ୍ରଜ୍ଞା ଥାଇ
ସୃଜନଶୀଳତା ଆଉ ବୁଦ୍ଧିମତା
ଭାବିଲେ ମଥା ଘୁରଇ l
ଛୋଟ ସେ ଶରୀର କରେ ଚମତ୍କାର
ନିଜ ଜ୍ଞାନ, ଶକ୍ତି ଦ୍ୱାରା
ବହୁ ଉପାଦାନ କରେ ଏହି କାମ
ଆମ ଏ ଜୀବନେ ପରା l
ହୃତପିଣ୍ଡ ଥାଇ ରକ୍ତ ସଂଚାଳଇ
ମୁତ୍ରତ୍ୟାଗ ବୃକକର
ଶ୍ୱାସକ୍ରିୟା ପାଇଁ ଫୁସଫୁସ ଦାୟି
ମସ୍ତିଷ୍କ ଯେ କମ୍ପୁଟର l
ପାକସ୍ଥଳୀ ରହି ହଜମ କରଇ
ଦର୍ଶନେ ଚକ୍ଷୁ ସହାୟ
ହାତ ଗୋଡ ଥାଇ ମୁଖ୍ୟ ଅଙ୍ଗ ହୋଇ
ସବୁ କର୍ମ ହୁଏ ପ୍ରାୟ l
କର୍ଣ୍ଣ କରିଥାଏ ଶ୍ରବଣ କର୍ମଟି
ଖାଦ୍ୟ ଖାଉ ଥାଇ ପାଟି
ଶ୍ୱାସ କ୍ରିୟା ହୁଏ ନାସାରନ୍ଦ୍ରେ ପରା
ଶରୀର ସୁନ୍ଦର ଅତି l
ସ୍ଥୂଳ ଏ ଶରୀର ଶକତିର ଘର
ସକଳ ଏହି ସଂସାରେ
ଶାରୀରିକ ଅବା ମାନସିକ ଶକ୍ତି
ମିଳେ ଆମ ଏ ଶରୀରେ l
କେହି ଦେଖି ନାହିଁ ନିଜକୁ ଆଜି ବି
କାହା ନିର୍ଦେଶେ ଏ ଶରୀର
କରୁଅଛି କର୍ମ ହୋଇ ଏଠି ଜନ୍ମ
ମିଳେ ନି ଏଠି ଉତ୍ତର l
ଶରୀର ଆମର ଅଟଇ ସୁନ୍ଦର
ସ୍ରଷ୍ଟାଙ୍କର ଶ୍ରେଷ୍ଠ ଦାନ
ତାହାର ଯତନ ପାଇଁ ଦେଲେ ମନ
ଜୀବନ ହେବ ଉତ୍ତମ l
✍ସରୋଜ ସାହୁ