News
WhatsApp Image 2023-10-04 at 17.25.00
samparksetu

ଟ୍ରାକ୍ଟର ଧକ୍କାରେ ଶିଶୁ ମୃତ

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି(ଶବର ସାହି) ଗ୍ରାମରେ ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ର ମୃତ୍ୟୁ ହୋଇଛି ।ମୃତ ଶିଶୁ ଜଣକ ହେଉଛନ୍ତି ସେହି ଗ୍ରାମର ବିଜୟୀ ଦେହୁରୀ ଙ୍କ ପୁଅ ବିସ୍ମୟ ଦେହୁରୀ (୪) ।

ସୂଚନା ମୁତାବକ ବିସ୍ମୟ ଗାଁ ଦାଣ୍ଡ ରେ ସାଙ୍ଗ ମାନ ଙ୍କ ସହ ଖେଳୁ ଥିବା ବେଳେ, ଏକ ଟ୍ରାକ୍ଟର ଅସାବଧାନତା କାରଣ ରୁ ମାଡି ଯାଇଥିଲା । ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ, ପରିବାର ଲୋକ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳକୁ ଯାଇଥିଲେ ।

ତେବେ ଏ ନେଇ ପରିବାର ଲୋକ ଥାନା ରେ ଅଭିଯୋଗ କରିଛନ୍ତି ।ଅଭିଯୋଗ ପରେ ପୋଲିସ ପହଂଚି ଟ୍ରାକ୍ଟରଟି ଜବତ କରିଥିବା ବେଳେ, ଚାଲାକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ସେପଟେ ମୃତ ଶିଶୁଙ୍କ ମୃତଦେହ ପୋଲିସ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!