News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ଠିକାଦରଙ୍କ ବେଖାତିର !

ଢେଙ୍କାନାଳ ସହରକୁ ଯାତାୟାତ ପାଇଁ ଟ୍ରାଫିକ ସମସ୍ୟା ଦୂରୀକରଣ ନିମନ୍ତେ ମୁଖ୍ୟରାସ୍ତା ପ୍ରଶସ୍ତିକରଣ କରାଯାଉଥିବା ବେଳେ । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି କଲେଜ ବାଇପାସ ପର୍ଯ୍ୟନ୍ତ ଧୂଳିଧୂଆଁ ର ବାତାବରଣ ସୃଷ୍ଟି କରିଛି । ପୂର୍ତ୍ତ ବିଭାଗ ଏବଂ ଠିକାଦାର ଙ୍କ ବେପାରୁଆନୀତି ହେତୁ କଚ୍ଛପ ଗତିରେ  କାମ ଚାଲୁଥିବାର ଜନ ସାଧାରଣ ଅଭିଯୋଗ କରିଛନ୍ତି । ଏପରିକି ଧୁଳିଧୂଆଁ ଉଡି ସ୍ବାସଜନିତ ରୋଗ ମଧ୍ୟ ସୃଷ୍ଟି ହେବାର ସମ୍ବାବନା ରହିଥିବାର ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ।  ସେହିପରି କାର୍ଯ୍ୟସ୍ଥାନରେ ସଠିକ ପରିମାଣ ର ପାଣି ମଧ୍ୟ ପକାଉନଥିବା ନେଇ ଦେଖିବାକୁ ମିଳିଥିଲା, ସେହିରାସ୍ତା ଦେଇ  କଲେଜ ତଥା ବିଭିନ୍ନ ବିଦ୍ୟାଳୟ କୁ ଯାଇଥାନ୍ତି ଛାତ୍ରଛାତ୍ରୀ ନାହିଁଥିବା ଧୂଳି ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ ବୋଲି ଅଭିଯୋଗ । ଏଭଳି ଅବ୍ୟବସ୍ଥା ହେତୁ ନାହିଁ ନଥିବା ଅସୁବିଧା ଭୋଗୁଥିଲେ ଢେଙ୍କାନାଳ ବାସୀ । ବାରମ୍ବାର ଅଭିଯୋଗ ଏବଂ ରାସ୍ତାରୋକ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ।  ତେବେ ଏଭଳି ସହର ବାସୀଙ୍କ ଅସୁବିଧା ଦେଖି ଜିଲ୍ଲାପାଳ ସରୋଜ ସେଠୀଙ୍କ ତତ୍ଵାବଧାନ ରେ ଏକ ଟିମ ସମ୍ପୃକ୍ତ ସ୍ଥାନକୁ ତଦାରଖ କରିଥିଲେ । ସହର ବାସୀଙ୍କ ସୁରକ୍ଷା ଏବଂ ଯାତାୟାତ କୁ ଦୃଷ୍ଟି ରେ ରଖି ରାସ୍ତା ନିର୍ମାଣ କାର୍ଯ୍ୟ କୁ ଯଥାଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ନିର୍ଦ୍ଦେଶକୁ ସିଧାସଳଖ ବେଖାତିର କରିଛନ୍ତି ଠିକାଦାର । କୁଞ୍ଜକାନ୍ତ ଅଞ୍ଚଳରେ ଏବେ ରାସ୍ତା କାମ ଚାଲୁଥିବା ବେଳେ ସଠିକ ପରିମାଣ ର ପାଣି ପଡୁନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ସୋସିଆଲ ମିଡିଆରେ ଏ ନେଇ ପୂର୍ତ୍ତ ବିଭାଗରେ ଥିବା ଅଧିକାରୀ ଏବଂ ଅନ୍ୟମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କରିଛନ୍ତି । ସବୁଠାରୁ ଦୁଃଖର ବିଷୟ ପ୍ରାୟ ୧୦ ଦିନ ପୂର୍ବରୁ ଜିଲ୍ଲାପାଳ ରାସ୍ତା କାମ ଠିକ ଭାବେ କରିବା ଏବଂ ପାଣିପକାଇବା କୁ ନିର୍ଦ୍ଦେଶ ଦେଇଥିବା ଵେଳେ ଦିନ କେଇଟା ନ ପୁରୁଣୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୁ ବେଖାତିର କରି କାମ ଚାଲିଥିବାର ସ୍ଥାନୀୟ ମହଲରେ ଅସନ୍ତୋଷ ର ବାତାବରଣ ସୃଷ୍ଟି କରିଛି । 

new life
You might also like
error: Content is protected !!