ବର୍ଷବର୍ଷ ଧରି ଡ୍ରେନ ଭିତରେ ପଶି ରହୁଛି ମାଟି, ସଫେଇ ନହେବାରୁ ବର୍ଷାଦିନେ ପାଣି ଜମି ରାସ୍ତା ଉପରେ ଢେଉ ଖେଳୁଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସମାଧାନ ଫିଟୁନି କି ପୋୖର ଅଧିକାରୀ ଙ୍କ ନିଦ ମଧ୍ୟ ଭାଙ୍ଗୁନି । ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ନିଜସ୍ୱଭାବେ ସଫା କରୁଥିବା ବେଳେ ଅନ୍ୟପଟେ ୱାର୍ଡମେମ୍ବର ଙ୍କୁ ବାରମ୍ବାର ଅଭିଯୋଗ ପରେ ସଫେଇ କର୍ମଚାରୀ ଆସି ସଫା କରୁଛନ୍ତି । ହେଲେ ଦୀର୍ଘ ୧୫ ବର୍ଷ ହେବ ପୋତା ପଡ଼ିଗଲାଣି ଡ୍ରେନ । କେଉଁଠି ମାଟି ରେ ପୋତା ତ କେଉଁଠି ଡ୍ରେନ ପାଉନାହାନ୍ତି ଖୋଦ ସଫେଇ କର୍ମଚାରୀ ।
ପାହାଡ଼ ପାଦଦେଶରେ ଆମ ସହର ଢେଙ୍କାନାଳ ବର୍ଷାଦିନେ ନାହିଁଥିବା ମାଟି ପାହାଡ଼ରୁ ଭସାଇ ଆଣି ଡ୍ରେନ ଗୁଡିକ ଜାମ ହୋଇଯାଇଥାଏ, ପରେପରେ କଲଭର୍ଟ ଗୁଡିକ ପୋତା ପଡି ବର୍ଷାପାଣି ରାସ୍ତା ଉପରେ ଭାସି ଥାଏ। ବର୍ଷ ବିତିବା ପରେ ନୂଆ ନିର୍ମାଣ ପାଇଁ ଠିକା ସଂସ୍ଥାକୁ ପୌରପାଳିକା ଟେକି ଦେଇଥାନ୍ତି । ପୂର୍ବରୁ ବିଭିନ୍ନ ଅଞ୍ଚଳରେ ନିମ୍ନମାନର କାମ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ପରେ ଯନ୍ତ୍ରୀଙ୍କ ତଦାରଖ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏନେଇ ମୁଖ୍ୟମନ୍ତ୍ରୀ ଏବଂ ମୋ ସରକାର ଙ୍କୁ ମଧ୍ୟ ଅଭିଯୋଗ କରିଥିବାର ଜଣାଇଛନ୍ତି ସମ୍ପୃକ୍ତ ଅଞ୍ଚଳବାସୀ । ନୂତନ ତିଆରି ହୋଇଥିବା ରାସ୍ତା ଏବଂ କଲଭର୍ଟ ଏଭଳି ହେଉଛି ଯେ ଜନ ସାଧାରଣ ଗାଡି ଉଠାଇବା ମଧ୍ୟ କଷ୍ଟସାଧ୍ୟ ହୋଇ ପଡୁଛି । ୟା ଭିତରେ ପ୍ରଶ୍ନ ଉଠିଛି କାହିଁକି ବର୍ଷବର୍ଷ ଧରି ସଫା କରୁନି ପୌରସଂସ୍ଥା, ଅନୁପଟେ ରକ୍ଷଣାବେକ୍ଷଣ ନ କରି ନୁତନ କାର୍ଯ୍ୟ କୁ ଅଧିକାରୀ ଓ ଯନ୍ତ୍ରୀ ମନ ବଳାଉଥିବାରୁ ବିଭିନ୍ନ ବୁଦ୍ଧିଯିବୀ ମହଲରେ ନିନ୍ଦା ଦେଖା ଦେଇଛି ।
