ଗଁଦିଆ ବ୍ଲକ ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫ ରୁ ଶେଷ ବର୍ଷ ର ଛାତ୍ର ଛାତ୍ରୀ ନିମନ୍ତେ ଚଳିତ ବର୍ଷର ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଅଛି ମହାବିଦ୍ୟାଳୟ ର ଅଧକ୍ଷ ଡ. ସଦାନନ୍ଦ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ବିଭାଗ ର ପ୍ରଥମ ଓ ଦ୍ବିତୀୟ ବର୍ଷ ର ଛାତ୍ର ଛାତ୍ରୀ ଶେଷ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ପୁଷ୍ପ,ଚନ୍ଦନ ଦେଇ ସଭା କୁ ଆମନ୍ତ୍ରିତ କରିବା ସହ ସ୍ମୃତି ନିମନ୍ତେ ଉପହାର ଦେଇଥିଲେ l
ଉଦ୍ଭିଦ ବିଜ୍ଞାନ ବିଭାଗ ର ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ମଧୁସ୍ମିତା ପଣ୍ଡା ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ସଭାରେ ସମ୍ମାନିତ ଅତିଥି ଭାବେ ପ୍ରାଣୀ ବିଜ୍ଞାନ ବିଭାଗ ର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ଜିତେନ୍ଦ୍ରିୟ ଶତପଥୀ , ଉଦ୍ଭିଦ ବିଜ୍ଞାନ ବିଭାଗ ର ଅଧ୍ୟାପିକା ସନ୍ଧ୍ୟାରାଣି ବେହେରା , ଅଧ୍ୟାପିକା କାଦମ୍ବିନୀ ପରିଡ଼ା ଓ ଡେମନଷ୍ଟ୍ରେଟର ସୁବ୍ରତ ଦେହୁରୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ଗଠନ ଦିଗରେ ମାର୍ଗ ଦର୍ଶନ ଦେଇଥିଲେ ପରିଶେଷରେ +୩ ଦ୍ଵିତୀୟ ବର୍ଷ ର ଛାତ୍ରୀ ଦେବସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
