ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗ୍ରାମରେ ଅଘଟଣ କୂଅରେ ପଡି ଚାଲିଗଲା ୧୨ ବର୍ଷୀୟ ବାଳକର ଜୀବନ ।
ସୂଚନା ଅନୁଯାୟୀ ତୁମୁସିଙ୍ଗା ଥାନା ବୋଲୁଅ ଗ୍ରାମର ଶୁଭମ ନାୟକ (୧୨) ଯାତ୍ରା ଦେଖିବାକୁ ନିଜ ପରିବାର ସହ ମାମୁଘର ସରଦେଇପୁରକୁ ଆସିଥିଲେ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଶୁଭମ ପରିସ୍ରା କରିବାକୁ ଆସି ପାଖରେ ଥିବା ଏକ କୂଅରେ ଖସି ପଡ଼ିଥିଲେ । ଶୁଭମ କୁ ନପାଇ ପରିବାର ଲୋକେ ବିଳମ୍ବିତ ରାତିରେ ବହୁତ ଖୋଜା ଖୋଜି କରିଥିଲେ ।
ତେବେ ପରଦିନ ନିକଟସ୍ଥ କୂଅରେ ଏକ ମୃତଦେହ ପଡିଥିବାର ଦେଖି ଗ୍ରାମବାସୀ ଙ୍କ ସହାୟତା ରେ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତଦେହ ଟି ଶୁଭମ ର ବୋଲି ଜଣାଯାଇଥିଲା । କାମାକ୍ଷାନଗର ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନାକୁ ପଠାଇଥିବା ବେଳେ । କୁନି ପୁଅଟିର ଏଭଳି ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
