News
WhatsApp Image 2023-10-04 at 17.25.00
samparksetu

ପୁଣି ଢେଙ୍କାନାଳ ସହର ନିକଟରେ ସେକ୍ସ ରାକେଟ ଠାବ: ଜଣେ ରାଣୀ ମହୁମାଛି ଏବଂ ଜଣେ ଯୁବତୀ ସହ ୪ ଗ୍ରାହକ ଗିରଫ

ଢ଼େଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଆନନ୍ଦନଗର ସ୍ଥିତ ଏକ ଘରେ ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିବା ବେଳେ, ସମ୍ପୃକ୍ତ ଘରେ ସେକ୍ସ ରାକେଟ ଚାଲୁଥିବାର ଜଣାଯାଇଛି ।  ମିଳିଥିବା ସୂଚନା ଅନୁଯାୟୀ ଆନନ୍ଦ ନଗର ଅଞ୍ଚଳରେ ନିଜକୁ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ଏକ ଘରଭଡା ନେଇଥିଲେ । ଦୀର୍ଘ ଦିନହେବ ସେହି ଘରକୁ ବାରମ୍ବାର ବିଭିନ୍ନ ପ୍ରକାରର ଲୋକ ଯାତାୟାତ ହେବାର ସ୍ଥାନୀୟ ବାସିନ୍ଦା ଙ୍କୁ ଦ୍ଵିଧାରେ ପକାଇଥିଲା ।

ଏନେଇ ଟାଉନ ଥାନାରେ ଜଣାଇବା ପରେ ପୋଲିସ ରାତିରେ ଚଢ଼ାଉ କରି ଜଣେ ରାଣୀ ମହୁମାଛି, ଜଣେ ଯୁବତୀ ଙ୍କ ସହ ୪ ଗ୍ରାହକଙ୍କୁ ଗିରଫ କରିଥିବା ଜଣାଯାଇଛି । ଅନ୍ୟପଟେ ଏହି ରାକେଟ ଚଲାଉଥିବା ମାଷ୍ଟର ମାଇଣ୍ଡ ଜଣେ ଦେହଜୀବୀକୁ ନେଇ ଖସି ପଳାଇଥିବାର ଜଣାଯାଇଛି । ତେବେ ବିଗତ ଦିନରେ ଢେଙ୍କାନାଳ ଷ୍ଟେସନ ନିକଟରେ ଏକ ଘରେ ଚଢ଼ାଉ କରି ପୋଲିସ ଏଭଳି ରାକେଟ ର ଫର୍ଦାଫାର୍ଶ କରିଥିବା ବେଳେ ପୁଣି ଗତକାଲି ଏଭଳି ଘଟଣା ଘଟିଥିବା ଦେଖି, ଦେହ ବ୍ୟବସାୟୀ ମାନେ ସହରରେ ଧୀରେଧୀରେ ସକ୍ରିୟ ହେଉଥିବାର ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି । ତେବେ ପୁଲିସ ଏହାକୁ ନେଇ ତନାଘନା କରୁଥିବା ଜଣାପଡିଛି।

new life
You might also like
error: Content is protected !!