ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ୩ନମ୍ବର ୱାର୍ଡରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ଅଞ୍ଚଳ ବାସୀଙ୍କ ମନରେ ଥିବା ଅସନ୍ତୋଷ ଏବେ ତୀବ୍ର ରୂପ ନେଇଛି । ଦୀର୍ଘ ୧୫ ବର୍ଷ ଧରି ୩ ନମ୍ୱର୍ ୱାର୍ଡ ବାସିନ୍ଦା ପ୍ରାୟ ୯ଗୁଣ୍ଠ ର ଏକ ସରକାରୀ ଜମି ନିଜ ପ୍ରଚେଷ୍ଟା ବଳରେ ଏକ ପାର୍କ ପ୍ରତିଷ୍ଠା ଉଦ୍ୟମ କରି ଆସୁଛନ୍ତି । ତେବେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଜିଲ୍ଲାପାଳ, ତହସିଲଦାରଙ୍କ ସମେତ ବିଦାୟକ ଏବଂ ସାଂସଦ ମଧ୍ୟ ପାର୍କ ପ୍ରତିଷ୍ଠା ପାଇଁ ନିଜର ସହଯୋଗ ଦେଇ ଆସିଛନ୍ତି।
ଅଞ୍ଚଳ ବାସି ଙ୍କ ଉଦ୍ୟମ ଫଳରେ ଆରଡିସି ଉକ୍ତ ପ୍ଲଟଟିକୁ ନିଜ ଆଦେଶ ବଳରେ ଜାଗାରେ ଥିବା ଜବରଦଖଲ ହଟାଇ ଚାରିପାଖେ ତହସିଲଦାର ଢେଙ୍କାନାଳ ଙ୍କ ନିର୍ଦେଶ କ୍ରମେ ତାରବାଡ଼ ଘେରାଉ କରିବା ସହ ଉକ୍ତ ଜମିରେ ଅନୁପ୍ରବେଶ ମନାବୋଲି ଏକ ସୂଚନା ଫଳକ ମଧ୍ୟ ଲଗାଇଥିଲେ । କିନ୍ତୁ ପରେପରେ କିଛି ଭୁମାଫିଆ ଚକ୍ରାନ୍ତ କରି କିଛି ପୋୖରକର୍ମଚାରୀଙ୍କ ସାହାଯ୍ୟ ରେ ଉକ୍ତ ଜାଗାଟିକୁ ନିଜ ଅକ୍ତିଆର କୁ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଜଣାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଉକ୍ତ ପ୍ଲଟଟି ପ୍ରାଇମଲ୍ୟାଣ୍ଡ ଵର୍ଗରେ ଆସୁଥିଲେ ମଧ୍ୟ ପାର୍କ ପାଇଁ ଉଦ୍ଦିଷ୍ଟ ହେଲା ପରେ ବି ସେ ଜାଗାରେ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାରେ ଘର ନିର୍ମାଣ କରି କୌଣସି ଜଣେ ହିତାଧିକାରୀଙ୍କୁ ଦିଆ ଯାଇଛି ଯିଏକି ତାର ପ୍ରକୃତ ହିତାଧିକାରୀ ନୁହନ୍ତି । ପୂର୍ବ ସୂଚନା ଅନୁଯାୟୀ ହିତାଧିକାରୀ ଜଣଙ୍କ ପରିଚୟପତ୍ର କଣ୍ଟାଣାଳୀ ଅଞ୍ଚଳର ହୋଇଥିବା ବେଳେ କିପରି ୩ ନମ୍ବର ୱାର୍ଡ ରେ ଆବାସିକ ଯୋଜନାରେ ସାମିଲ ହେଲେ ।
ଇତି ମଧ୍ୟ ରେ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ମାମଲା ଟିକୁ ଜାତୀୟ ମାନବାଧିକାର କମିଶନ ଓ ଏନସିପିସିଆର ନିକଟରେ କେସ ରୁଜୁ କରିଛନ୍ତି । ଢେଙ୍କାନାଳ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ତାଙ୍କ ଜବାବ ରେ ପାର୍କ ପାଇଁ ୪୩ ଲକ୍ଷଟଙ୍କା ଧାର୍ଯ୍ୟ ହୋଇଥିବା କଥା ସୂଚନା ଦେଇଥିଲେ, ଏନସିପିସିଆର କମିଶନ ମଧ୍ୟ ପାର୍କ କାର୍ଯ୍ୟକୁ ଯଥାଶୀଘ୍ର ସାରିବାକୁ ଆଦେଶ ଦେଇଛନ୍ତି କିନ୍ତୁ ବର୍ତ୍ତମାନସୁଦ୍ଧା କୌଣସି ସୁଫଳ ମିଳିନାହିଁ । କିଛି ସରକାରୀ ଅଧିକାରୀ ଙ୍କ ଛତ୍ରଛାୟା ତଳେ ବଳିୟାନ ହୋଉଥିବା ଭୁମାଫିଆ ଉକ୍ତ ପ୍ଲଟ ଟିକୁ ଆଖେଇଥିବା ସ୍ଥାନୀୟ ବାସିନ୍ଦା ବାରମ୍ବାର ଉଲ୍ଲେଖ କରିଛନ୍ତି । ପୂର୍ବରୁ ମଧ୍ୟ କିଛି ସରକାରୀ ବାବୁ ଜମି ଦୁର୍ନୀତିରେ କେଳେଙ୍କାରୀ ସାଜି ଜେଲ ଛାତତଳେ ଦିନ କାଟିଛନ୍ତି ।
ଅଞ୍ଚଳ ବାସୀଙ୍କ ପାଇଁ ଓ ଶିଶୁ ମାନକ ପାଇଁ ଆମୋଦ ପ୍ରମୋଦ ର ଏହି ଅଞ୍ଚଳରେ କୌଣସି ବ୍ୟବସ୍ଥା ନଥିବା ନେଇ ପୋୖରାଧକ୍ଷା , ପୋୖରଯନ୍ତ୍ରୀଙ୍କ ସହ ଉକ୍ତ ପ୍ଲଟ କୁ ଯାଇ ତଦାରଖ କରିଥିବା ବେଳେ ସଦର ବିଧାୟକ ମଧ୍ୟ ପାର୍କ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦେଇଥିବା ବେଳେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ଅଗ୍ରଗତି ହୋଇନଥିବା ସ୍ଥାନୀୟ ଅଞ୍ଚଳରେ ଏକ ଅସନ୍ତୋଷ ର ବାତାବରଣ ସୃଷ୍ଟି କରିଛି । ଏପରି ଚାଲିଲେ ସାଧାରଣ ଲୋକେ ପ୍ରଶାସନ ଓ ପୌରପାଳିକା ଉପରୁ ବିଶ୍ବାସ ହଟିଯିବ ବୋଲି କିଛି ବରିଷ୍ଠ ନାଗରିକ ମତ ରଖିଛନ୍ତି ।