News
WhatsApp Image 2023-10-04 at 17.25.00
samparksetu

ନିତ୍ୟାନନ୍ଦପୁର ହତ୍ୟାକାଣ୍ଡରେ ସମ୍ପୃକ୍ତ ମଧ୍ୟରୁ ୬ଜଣ କୋର୍ଟ ଚାଲାଣ

ନିହଲପ୍ରସାଦ ଥାନା ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ସ୍ଥାନୀୟ ପୋଲିସ ୬ଜଣଙ୍କୁ କୋର୍ଟ ଚାଲାଣ କରିଛି ।

ସୂଚନା ଥାଉକି , ଗତ ଏପ୍ରିଲ ମାସରେ ଏକ ବୋରେୱଲ ଖନନକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିଥିଲା ।
ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏପ୍ରିଲ ୩୧ ତାରିଖରେ ଗୋବିନ୍ଦ ବାରିକଙ୍କ ପୁଅ ନାରଣ ବାରିକ ନିଜର ଘର ଅଗଣାରେ ଏକ ବୋରେୱଲ ଖୋଳୁଥିଲେ ହେଲେ ତାଙ୍କୁ ସେହି ଗ୍ରାମର ଦେହୁରୀ ସାହିର କିଛି ବ୍ୟକ୍ତି ବିରୋଧ କରିଥିଲେ ।ଏହି ଘଟଣାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉକ୍ତ ଦିନ ସନ୍ଧ୍ୟା ସମୟରେ ଦେହୁରୀ ସାହିର କିଛି ବ୍ୟକ୍ତି ଉକ୍ତ ସ୍ଥାନରେ ପହଁଚି ବାରିକ ସମ୍ପ୍ରଦାୟ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ କାର୍ତ୍ତିକ ବାରିକ ସମେତ ଅନ୍ୟ ମାନେ ଆହତ ହୋଇଥିଲେ ।

ଆହତ କାର୍ତ୍ତିକ ବାରିକ ଙ୍କ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମଇ ମାସ ୧ତାରିଖରେ ଦେହାନ୍ତ ହୋଇଥିଲା । ଏହି ଘଟଣା ସମ୍ପର୍କରେ ଶଙ୍କି ବାରିକଙ୍କର ଲିଖିତ ଅଭିଯୋଗ କ୍ରମେ ନିହଲପ୍ରସାଦ ପୋଲିସ ୧୬ଜଣଙ୍କ ନାମରେ କେସ ନଂ୬୩ରେ ଏକ ହତ୍ୟା ମାମଲା ରୁଜୁ କରିଥିଲେ ।

ଅଭିଯୁକ୍ତ ମାନେ ସେହିଦିନ ଠାରୁ ଫେରାର ଥିବାବେଳେ ସେମାନେ ଯାଜପୁର ଜିଲ୍ଲାର କାଳିଆପାଣି ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ସୂଚନା ମିଳିବାପରେ ସ୍ଥାନୀୟ ପୋଲିସ ସହଯୋଗରେ ପ୍ରଥମେ କୁଳମଣି ଦେହୁରୀ ବାବୁଲି ଦେହୁରୀ କଣ୍ଡୁରୀ ଦେହୁରୀ ଓ ଅନନ୍ତ ଦେହୁରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦ୍ୱୟ
କାଳନ୍ଦୀ ଦେହୁରୀ ଓ କୈଳାଶ ଦେହୁରୀକୁ କାଳିଆପାଣି ଜଙ୍ଗଲ ମଧ୍ୟରୁ ଆଜି ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଢେଙ୍କାନାଳ ଏସ ଡି ପି ଓ ସୂର୍ଯ୍ୟମଣି ପ୍ରଧାନ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!