କେବେ ଜନ୍ମଦାତ୍ରୀ ମା / ବୋଉ କଥା ମନେ ପକାନ୍ତି ? ତାର ଅକ୍ଲାନ୍ତ ପରିଶ୍ରମ, ଅନିଦ୍ରା, ସ୍ବାର୍ଥ ତ୍ୟାଗ, ସୁରକ୍ଷା ପ୍ରଦାନ , ତାଗିଦ୍ ଇତ୍ୟାଦି ବିଷୟ ରେ ଅନୁଶୀଳନ କରିଛନ୍ତି ? କେତେବେଳେ ଫାଙ୍କା ମୂହୁର୍ତ୍ତ ରେ ଭାଵିଛନ୍ତି ତାର ଦାୟିତ୍ୱବୋଧତା ବିଷୟରେ ? ବାର୍ଦ୍ଧକ୍ୟ ରେ ସଢୁଥିଵା ସମୟରେ ତାର କର୍ତ୍ତବ୍ୟପରାୟଣତା ବିଷୟରେ ମନେ ପକାଇଛନ୍ତି ? ତାର ମନର ପରିଭାଷା କୁ ବୁଝିବାକୁ ଚେଷ୍ଟା କରିଛନ୍ତି ? କେତେବେଳେ ଯଥେଷ୍ଟ ସମୟ ଦେଇଛନ୍ତି ତା ପାଖରେ ବସି ଦୁଇ ପଦ କଥା ହେବା ପାଇଁ ?
ହଁ ଓ ନାଁ ମଧ୍ୟରେ ଉତ୍ତର ହଜିଯିଵ ନିଶ୍ଚିତ।
ଏହିପରି ଅନେକ ସ୍ବପ୍ନ ତାର ଆଖିରେ ଆସେ । ମନକୁ ଖିନଭିନ୍ କରିଦିଏ। ପୁଣି ପ୍ରକୃତିସ୍ଥ ହୋଇ ମନ କୁ ବୁଝାଇ ଭାବେ, “ମୁଁ ପରା ମା, ସନ୍ତାନ ର ଅମଙ୍ଗଳ କିପରି ଚାହିଁଵି ? “
ଏହିପରି ଅନେକ ଆଶା , ଅନେକ ଆସମାହିତ ପ୍ରଶ୍ନ ଉଙ୍କି ମାରି ଦିନେ ଧଳା ଚଦର ଭିତରେ କବର ନେଇଯାଏ।
ମନକୁ ଶାନ୍ତ୍ବନା ଦେବାକୁ ହୁଏ କାର୍ଯ୍ୟ ବ୍ୟସ୍ତତା ଏତେ ଯେ ମୁଁ ସମୟ ବାହାର କରିପାରେ ନା ତା ପାଖରେ କିଛି ମୁହୂର୍ତ୍ତ କାଟିବା ପାଇଁ। ଏହି ଦ୍ୱାହି ଦେଇ ସାମାଜିକ ଚାପ ରୁ ଖସିଯିବାକୁ ହୁଏ।
ଜୀବନ ର ଏ ବି ଅନ୍ୟ ଏକ ରଙ୍ଗ।