News
WhatsApp Image 2023-10-04 at 17.25.00
samparksetu

ଯନ୍ତ୍ରୀ ଓ ଠିକାଦାରଙ୍କ ଚାଲିଛି ମନମାନି ଆମକୁ ପଚାରେ କିଏ ; କାଉନସିଲର

ଗତ ବୁଧବାର ପୌରପାଳିକାର ୧୩ତମ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ହେଲେ ବୈଠକ ଏପରି ହୋଇଥିଲା ଏଥିରେ ଆରୋପ ପ୍ରତ୍ୟରୋପ ହିଁ ହୋଇଥିଲା । ଦୁହିଁ ଦଳ କାଉନସିଲର ଙ୍କ ହାଟଗୋଳ ରେ ଢେଙ୍କାନାଳ ସହର ବାସୀଙ୍କ ଭବିଷ୍ୟତ ଅନ୍ଧାର କୋଠରୀ ଭିତରେ ବନ୍ଦ ହୋଇଯାଇଥିଲା । ବିଭିନ୍ନ ପ୍ରସଙ୍ଗ ରେ କାଉନସିଲର ମାନେ ସ୍ୱର ଉତ୍ତୋଳନ କରିଥିବା ବେଳେ ଢେଙ୍କାନାଳ ପୌରପାଳିକା ଅଞ୍ଚଳରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି, ସ୍ଥାନୀୟ ୱାର୍ଡ ବାସୀ ଏନେଇ କାଉନସିଲର ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଧରାସାୟୀ ହୋଇଥିଲେ କାଉନସିଲର । ଠିକାଦାର ଓ ଯନ୍ତ୍ରୀ ମିଳିତ ଭାବେ କାମ ସାରି ଦେଉଥିବା ବେଳେ କାଉନସିଲର ଙ୍କ କୌଣସି ଭୂମିକା ରହୁନାହିଁ, ଜନ ସାଧାରଣ ଙ୍କ ଆସ୍ଥା ଓ ବିଶ୍ୱାସ ହରାଉଛନ୍ତି କାଉନସିଲର ।

କିଛି ୱାର୍ଡ ରେ ଅଭିଯୋଗ ନେଇ ଯନ୍ତ୍ରୀଙ୍କୁ ଅବଗତ କରାଇଥିବା ବେଳେ ସମ୍ପୃକ୍ତ କାର୍ଯ୍ୟର ବିଲ ପାସ ହୋଇଥିବା ଜଣାପଡିଥିଲା। କାର୍ଯ୍ୟ ସ୍ଥଳକୁ ଯନ୍ତ୍ରୀ ତର୍ଜମା ନକରି କିପରି ବିଲ୍ ପାସ କରାଇଦେଲେ ତାକୁ ନେକ ଅସନ୍ତୋଷ ଦେଖା ଦେଉଛି । ଦୁଃଖର କଥା ବିଲ ପାସ୍ ନେଇ କାଉନସିଲର ମଧ୍ୟ ଅବଗତ ନାହାଁନ୍ତି । ତେବେ ଏହି ଭିତରେ ହାତଭାଗ ହୋଇ ପଡିଛନ୍ତି ଭୋଟ ଦେଇଥିବା ସହର ବାସୀ । ଗୋଟିଏ ପଟେ ଜନ ପ୍ରତିନିଧି ଙ୍କ କଥା ରହୁନଥିବା ବେଳେ ଅନ୍ୟପଟେ ପୌରପାଳିକା ର ନିମ୍ନ ମାନର କାମ ଆଗାମୀ ଦିନରେ ଏକ ରାଜନୈତିକ ସମିକରଣ ବଦଳାଇବାରେ ବାର୍ତା ସୁଚାଉଛି ।

new life
You might also like
error: Content is protected !!