News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗରରେ ଗୁଳିକାଣ୍ଡ , କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାମାକ୍ଷାନଗର ମେନ୍ ରୋଡ଼ ନିକଟରେ ଫୁଟିଲା ଗୁଳି । ରାତି ପ୍ରାୟ ୧୧ ଟା ସମୟରେ ଏହି ଗୁଳିକାଣ୍ଡ ହୋଇଥିବା ବେଳେ ଗୁଳିକାଣ୍ଡ ରେ ବିଜେଡି ନେତା ତଥା ଠିକାଦାର କାହ୍ନୁଚରଣ ସାହୁ ଆହତ ହୋଇଥିବା ଜଣାପଡିଛି । କାହ୍ନୁଙ୍କ ହାତ ଓ ଜଙ୍ଘରେ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଯାଇ ପରେପରେ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୧୧ଟା ସମୟରେ
ତିନି ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନେ କାହ୍ନୁଙ୍କ କାର ଆଗରେ ବାଇକ ରଖି କାର କାଚକୁ ଭାଙ୍ଗି ଦୁଇ ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ । ତେବେ କିଏ ଓ କାହିଁକି କାହ୍ନୁଚରଣଙ୍କ ଉପରକୁ ଗୁଳି କଲେ, ତାହା ଜଣାପଡ଼ିନାହିଁ । ଜଣାଯାଇଛି କି ପୂର୍ବରୁ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ କାହ୍ନୁ ।

new life
You might also like
error: Content is protected !!