ଢେଙ୍କାନାଳ ରଥଟଣା ବେଳେ ଅଘଟଣ, ଅଂଶୁଘାତ ରେ ବୃଦ୍ଧଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ଜଗନ୍ନାଥ ଦର୍ଶନ କରିବାକୁ ମୁକ୍ତାଦେଇପୁର ଶାସନ ଅଞ୍ଚଳର ନିରୋଦ କୁମାର ରଥ (୭୨) ଏବଂ ତାଙ୍କ ପତ୍ନୀ ଆସିଥିଲେ । ହେଲେ ରଥଟଣା ସମୟରେ ହଠାତ ନିରୋଦ ପଡି ଯାଇଥିଲେ ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ବାଇକ ଯୋଗେ କିଛି ଯୁବକ ତାଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଅସହ୍ୟ ଭିଡ଼ ଓ ଖରାରେ ସିଏ ଅଂଶୁଘାତର ଶିକାର ହୋଇଥିବା ଅନୁମାନ କରାଯାଇଛି । ତେବେ ଏପରି ଅଘଟଣ ଖବର ଶୋକାକୁଳ ପରିବେଶ ସୃଷ୍ଟି କରିଛି ।