News
WhatsApp Image 2023-10-04 at 17.25.00
samparksetu

ଯାତ୍ରା ସମୟରେ ମଧ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ; ମିଳିଲାନି ଆମ୍ବୁଲାନ୍ସ, ବାଇକ୍ ରେ ବୁହା ହେଲେ ଗୁରୁତର

ଢେଙ୍କାନାଳ ଜିଲ୍ଲା ବାସୀ ଙ୍କ ବଡ଼ ଦୁର୍ଦ୍ଦଶା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, କେତେବେଳେ ଡାକ୍ତର ନାହାନ୍ତି ତ ,କେତେବେଳେ ଭୁଲ ରିପୋର୍ଟ କେତେବେଳେ ଲିଫ୍ଟ କାମ କରୁନି ତ, କେତେବେଳେ ମେଡିକାଲ ଯିବାକୁ ବାଟ ମଧ୍ୟ ମିଳୁନି । ଏଭଳି ବିଭିନ୍ନ ସମୟରେ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପ୍ରାୟ ବର୍ଷ ତମାମ ଭୋଗି ଥାଆନ୍ତି ଢେଙ୍କାନାଳ ବାସୀ । ତେବେ ରଥ ଯାତ୍ରାରେ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସଠିକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ପ୍ରସ୍ତୁତି ବୈଠକରେ ସୂଚନା ମିଳିଥିଲା । ହେଲେ ସୂଚନା କେବଳ ସୂଚନା ରେ ହିଁ ସୀମିତ ହୋଇ ରହିଗଲା ।

ଚଳିତ ରଥଯାତ୍ରା ସମୟରେ ଜଣେ ବୃଦ୍ଧଙ୍କ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ଜଣାଯାଇଥିବା ବେଳେ, ସଠିକ ସମୟରେ ତାଙ୍କୁ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇବାରେ ମଧ୍ୟ ଅକ୍ଷମ ସାଜିଥିଲେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ଆମ୍ବୁଲାନ୍ସ ଟି ସେଠାରେ ଥିଲେ ମଧ୍ୟ ସେମାନେ ଚାଳକଙ୍କୁ ପାଇ ନଥିଲେ ତେଣୁ ବାଇକ ଯୋଗେ ତାଙ୍କୁ ମେଡିକାଲ ନିଆ ଯାଇଥିଲା । ତେବେ ପ୍ରତ୍ୟେକ୍ଷ ଦର୍ଶୀଙ୍କ କଥା ଯଦି ଠିକ ତେବେ ଏହି ଘଟଣା ରୁ ଜଣାପଡୁଛି କେତେ ସଜାଗ ଆମ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ।

new life
You might also like
error: Content is protected !!