News
WhatsApp Image 2023-10-04 at 17.25.00
samparksetu

ନାବାଳିକାର ସନ୍ଦେହ ଜନକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଜଣେ ନାବାଳିକାର ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ହିନ୍ଦୋଳ ଥାନା ପୋଲିସ ଉଦ୍ଧାର କରିଛି । ଖବରରୁ ପ୍ରକାଶ ହିନ୍ଦୋଳ ଥାନା ଅନ୍ତର୍ଗତ ବାଉଁଶପୋଖରୀ ପଂଚାୟତ ନୂଆକୁଟ ଗ୍ରାମର କୁନା ନାଏକଙ୍କ ଝିଅ ବର୍ଷା ନାଏକ ନିଜ ମାମୁଁ ଘର ଗୋପାଳପୁରରେ ରୁହନ୍ତି ।

ମାତ୍ର ଗତକାଲି ନିଜ ଘର ନୂଆକୂଟ ଯିବା ରାସ୍ତାରେ ସନ୍ଧ୍ୟା ପରେ ଘରଠାରୁ କିଛି ଦୂରରେ ଏକ ଗଛରେ ରଶି ଲଗାଇ ଝୁଲି ପଡିଥିବାର ପରିବାର ବର୍ଗ କୁହନ୍ତି ଏହାଛଡା ବର୍ଷାଙ୍କର ମାନିସିକ ବିକୃତ ରୋଗ ଥିବା ଏବଂ ସେ ସ୍ଥିର ଭାବରେ ରହି ପାରୁନଥିବା ତାଙ୍କ ପରିବାର ବର୍ଗଙ୍କ ସୂତ୍ରରୁ ପ୍ରକାଶ ।

କୌଣସି ସୂତ୍ରରୁ ହିନ୍ଦୋଳ ପୋଲିସ ଖବର ପାଇ ବର୍ଷାଙ୍କୁ ଝୁଲନ୍ତା ଅବସ୍ଥାରେ ଗଛରୁ ଖୋଲି ଆଣି ହିନ୍ଦୋଳ ଉପଖଣ୍ଡ ଡାକ୍ତର ଖାନାକୁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜ କରିବା ସହ ମୃତ୍ୟୁର କାରଣ ସମ୍ପର୍କରେ ଜାଣିବାକୁ ତଦନ୍ତ ଆରମ୍ଭ କରିଛନ୍ତି ।

new life
You might also like
error: Content is protected !!