News
WhatsApp Image 2023-10-04 at 17.25.00
samparksetu

ଓଡ଼ିଶା ବାହାରେ ଗଡ଼ିଲା ଶ୍ରାବଣ ସ୍ପେସିଆଲ ଟ୍ରେନ, ଓଡ଼ିଶାରେ ସ୍ପେସିଆଲ ଟ୍ରେନ ନାମରେ ରେଳ କର୍ତ୍ତୃପକ୍ଷ ଙ୍କ ଶୋଷଣନିତୀ

ଶ୍ରାବଣ ମେଳାକୁ ଭୁଲିଗଲେ ପୂର୍ବତଟ ରେଳ କର୍ତ୍ତୃପକ୍ଷ ଜରୁରୀକାଳୀନ ସମୟରେ କଲେ ଏକାଧିକ ଟ୍ରେନ ବାତିଲ । ନାହିଁନଥିବା ହନ୍ତସନ୍ତ ହେଲେ ରେଳଯାତ୍ରୀ ଅନ୍ୟପଟେ ପାସେଞ୍ଜର ଟ୍ରେନ ଚାଳନା ସମୟରେ ରେଳ ଧାରଣା ମରାମତି କାର୍ଯ୍ୟ କରିବାରୁ ଦୀର୍ଘ ୧ ଘଣ୍ଟା ଭୁବନେଶ୍ୱର ଷ୍ଟେସନରେ ପଡି ରହିଲା ମେମୁ ଟ୍ରେନ ।

ଶ୍ରାବଣ ମାସରେ କାଉଡ଼ିଆଙ୍କ ସମାଗମ କୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଶ୍ରାବଣ ମେଳା ସ୍ପେସିଆଲ ଟ୍ରେନର ଘୋଷଣା ହୋଇଥିବା ବେଳେ ଏହାର ଠିକ ବିପରିତ ଅବ୍ୟବସ୍ଥା ଦେଖାଦେଇଛି ଓଡ଼ିଶାରେ। ଶ୍ରାବଣ ମାସରେ ଏକାଧିକ ଟ୍ରେନ ବାତିଲ ହୋଇଥିବା ବେଳେ ନାହିଁନଥିବା ଅସୁବିଧା ଭୋଗିଛନ୍ତି ରେଳଯାତ୍ରୀ। ବୋଝ ଉପରେ ନଳିତା ବିଡା ସାଜିଛନ୍ତି କାଉଡ଼ିଆ । ଭୁବନେଶ୍ୱର ଏବଂ ପୂରୀ ରୁ ତାଳଚେର ଯାଉଥିବା କାଉଡ଼ିଆଙ୍କ ଭରଷାଗୋଟିଏ ବୋଲି ଟ୍ରେନ ଅନୁଗୁଳ ପୁରୀ ।

ଯାହା ଢେଙ୍କାନାଳ , ତାଳଚେର ଏବଂ ଅନୁଗୁଳ ରେଳ ଯାତ୍ରୀଙ୍କ ଲାଇଫଲାଇନ । ଯାତ୍ରୀଙ୍କ ତୁଳନା ରେ ଆବଶ୍ୟକ ଅନୁଯାୟୀ ସିଟ୍ ନଥିବା ବେଳେ ଶ୍ରାବଣ ମାସରେ ନାହିଁଥିବା ଅସୁବିଧା ଭୋଗୁଛନ୍ତି ଦୈନିକ ରେଳଯାତ୍ରୀ । ସ୍ପେସିଆଲ ମେମୁ ନାଁ ରେ ଭଡା ବଢିଥିବା ବେଳେ ଅସୁବିଧାର ସମ୍ମୁଖୀନ ହେବା ରେଳ ଯାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଏଭଳି ଆବଶ୍ୟକୀୟ ସମୟରେ ଟ୍ରେନ ଗୁଡିକ ବାତିଲ କରିବା ରେଳ କର୍ତ୍ତୃପକ୍ଷ ଙ୍କ ବେପାରୁଆ ନୀତି ବୋଲି ଜଣେ ରେଳ ଯାତ୍ରୀ ମହଲରେ ଚର୍ଚ୍ଚା ।

new life
You might also like
error: Content is protected !!