News
WhatsApp Image 2023-10-04 at 17.25.00
samparksetu

ଜାତୀୟ ରାଜପଥର ଦୂରାବସ୍ଥା ନେଇ ଜନ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ାପଡ଼ାର ରସାସିଂହ ଠାରୁ କଣ୍ଟାବଣିଆ ପର୍ଯ୍ୟନ୍ତ ୫୫ ନଂ ଜାତୀୟ ରାଜପଥ ସଂମ୍ପସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ , ରାସ୍ତା ରେ ଥିବା ଖାଲଖମଣ କୁ ମରାମତି ନ କରିବା , ରାସ୍ତା ରେ ପ୍ରଚୁର ଧୁଳି ଉଡ଼ିବା, ଫଳରେ ଦୈନଦିନ ଦୃଘଟଣା ଘଟୁଥିଲେ ମଧ୍ୟ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର କର୍ଣ୍ଣପାତ କରୁନଥିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଏହାର ପ୍ରତିବାଦରେ ଲୋକମାନେ ଅନେକ ସମୟରେ ରାସ୍ତା ରୋକ୍ ଆନ୍ଦୋଳନ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ।

ଏହାର ପ୍ରତିବାଦରେ ମଙ୍ଗଳବାର ଓଡ଼ାପଡ଼ା କଲେଜ ଛକ ନିକଟରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ ଆନ୍ଦୋଳନ କରିଥିଲେ ।ଖବର ପାଇ ଓଡ଼ାପଡ଼ା ତହସିଲଦାର ବାଣୀ ନିବେଦିତା ସ୍ବାଇଁ ଓ ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଂଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ। ଠିକାଦାରଙ୍କୁ ଡାକି ଧୁଳି ଉଡୁଥିବା ସ୍ଥାନରେ ପାଣି ପକାଇବା ସହିତ ୭ ଦିନ ମଧ୍ୟରେ ଖାଲଖମଣ ରାସ୍ତା ମରାମତି କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ରୋକ୍ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଏହି ଆନ୍ଦୋଳନ ସକାଳ ୧୦ ରୁ ଆରମ୍ଭ ହୋଇ ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା!ଏଥିପାଇଁ ପ୍ରତିକାର ଓ ସ୍ଥାୟୀ ସମାଧାନ କରାନଗଲେ ସ୍ଥାନୀୟ ଜନସାଧାରଣ ଓ ଏହି ଅଞ୍ଚଳର ବ୍ୟବସାୟୀ ସଙ୍ଘ ତରଫରୁ ଗଣଆନ୍ଦୋଳନ କରାଯିବା ସହ ରାସ୍ତାରୋକ ଓ ଗଣଧାରଣା ଦିଆଯିବ ବୋଲି ଆଲୋଚନା ଜୋର ଧରିଛି ।

new life
You might also like
error: Content is protected !!