News
WhatsApp Image 2023-10-04 at 17.25.00
samparksetu

କପିଳାସରେ ଯାତ୍ରୀଙ୍କୁ ସୁବିଧାକୁ ଗୁରୁତ୍ୱ ,ଗାଡି ପାର୍କିଂରେ ଆର୍ଥିକ ଶୋଷଣକୁ ରୋକିବାକୁ ପ୍ରୟାସ

ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ କପିଳାସରେ ଜଳାଭିଷେକ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ସୁଯୋଗ ଏବଂ ଗାଡି ପାର୍କିଂରେ ଆର୍ଥିକ ଶୋଷଣକୁ ନେଇ ଆଲୋଚନା କରାଯାଇଛି । ଶ୍ରାବଣ ମାସରେ ପୀଠରେ ଭକ୍ତମାନଙ୍କ ଭଡି ଲାଗିରହିଛି । ଏହାର ସୁଯୋଗ ନେଇ ସେଠାରେ ଯାତ୍ରୀ ମାନଙ୍କ ଠାରୁ ଗାଡି ପାର୍କିଂ ନିମନ୍ତେ ଅଧିକ ଦେୟ ଆଦାୟ କରାଯିବା ସହିତ ଷ୍ଟାଣ୍ଡ ଜଗୁଆଳିଙ୍କ ବ୍ୟବାହାର, ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ପୂର୍ବତନ ବିଧାୟକ ନବୀନ ନନ୍ଦ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକଷର୍ଣ କରିଛନ୍ତି ।

ଏହାର ସମାଧାନ ପାଇଁ ଗୁରୁବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହେବା ସହିତ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗାଡି ଷ୍ଟାଣ୍ଡ ନିଲାମ ଧାରୀଙ୍କୁ କୌଣସି ପରିସ୍ଥିତିରେ ଯାତ୍ରୀ ଙ୍କ ଠାରୁ ଅଧିକ ପାର୍କିଂ ଦେୟ ଆଦାୟ ନକରିବାକୁ ଏବଂ ସମସ୍ତ ଯାତ୍ରୀ ଙ୍କୁ ମାର୍ଜିତ ବ୍ୟବହାର କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଟୋଲଗେଟ ଏବଂ ପାର୍କିଂ କୁ ଅଧିକ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ପାଇଁ ବଡଦାଣ୍ଡ ପାର୍ଶ୍ଵ ଏବଂ ୧୧ ନମ୍ବର ବାଙ୍କ ସଲଗ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି । ପୀଠର ସୁନାମରେ ଯେପରି ଆଞ୍ଚ ନଆସିବ ସେଥିପ୍ରତି ଧ୍ୟାନ ଦେବାକୁ ସେ ଷ୍ଟାଣ୍ଡ ନିଲାମ ଧାରୀଙ୍କୁ କହିଛନ୍ତି । ପୀଠରେ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏକ କମିଟି ଗଠନ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରାଯିବ । ଏହି ବୈଠକରେ ଏସପି ଜ୍ଞାନରଞ୍ଜନ ମହାପାତ୍ର ଯୋଗଦେଇ ପୀଠରେ ବିଶେଷ ପର୍ବ ସମୟରେ ଏବଂ ବର୍ଷ ତମାମ କିପରି ନିୟନ୍ତ୍ରଣ ଏବଂ ଗାଡି ପାର୍କିଂ ବ୍ୟବସ୍ଥା ହୋଇପାରିବ ସେ ଦିଗରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।

ପୀଠରେ ଗାଡିପାର୍କିଂ,ଜୀୟୁଙ୍କ ସ୍ଥାବର ଅସ୍ଥାବର ସମ୍ପତିର ରକ୍ଷଣାବେକ୍ଷଣ , ସେବାୟତଙ୍କ ସମସ୍ୟାର ସମାଧାନ ଉପରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ ଏବଂ ଏସପି ପୂର୍ବତନ ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!