ଢେଙ୍କାନାଳ ଜିଲ୍ଲାର ଆଠ ଗୋଟି ବ୍ଲକ ଅନ୍ତର୍ଗତ ୨୧୨ ଟି ଗ୍ରାମ ପଞ୍ଚାୟତରେ କାଯ୍ୟରତ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ସ୍ଵତାଧିକାରୀ ସମେତେ ରାଜ୍ୟର ଅଲ ଓଡିଶା ଏସଵିଆଇ ସିଏସପି କିଓସ୍କ ଅପେରଟର ୟୁନିଅନ ର ରାଜ୍ୟ ସମ୍ପାଦକ ଅଞ୍ଜନ କୁମାର ପଣ୍ଡା, ରାଜ୍ୟ ଉପସଭାପତି ଗୋପବନ୍ଧୁ ବେହେରା, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସମ୍ପାଦକ ଅରୁଣ କୁମାର ସାହୁ, ଜିଲ୍ଲା ସଂଯୋଯକ ବିମଳ କୁମାର ପଣ୍ଡା ସମୁହ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l
ବର୍ତ୍ତମାନ ସମୟରେ ଭାରତ ତଥା ରାଜ୍ୟ ସରକାରଙ୍କର ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଯଥା କାଳିଆ ଯୋଜନା, ପିଏମ କିସାନ, ମଧୁବାବୁ ପେନସନ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଇତ୍ୟାଦି ଆସୁଥିବା ଅର୍ଥ ରାଶି ହିତାଧିକାରୀ ମାନଙ୍କୁ ବାଣ୍ଟିବା ତଥା କୋଭିଡ ସମୟରେ ଘର ଘର ବୁଲି ସେବା ପ୍ରଦାନ ଓ ୨୦୧୬ ମସିହାରେ ନୋଟ ବନ୍ଦୀ ରେ ସୂଚାର ରୂପେ ସେବା ପ୍ରଦାନ କରିବାରେ ଜିଲ୍ଲାର ସମସ୍ତ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ପ୍ରମୁଖ ଭୂମିକା ନିଭାଇ ଥିଲେ l
ପ୍ରାୟ ୧୦ ବର୍ଷ ଧରି ନିଜ ଜୀବନ କୁ ବାଜି ଲଗାଇ ସେବା ପ୍ରଦାନ କରିଆସୁଥିବା ବେଳେ ଏମାଙ୍କର ଭବିଷ୍ୟତ ଏବେ ଅନ୍ଧାର ଘେରରେ ସେମାନଙ୍କ ସ୍ଥାନରେ ରାଜ୍ୟ ସରକାର ସିଏସପି ପ୍ଲସ ମଡେଲ ଆଣିଛନ୍ତି l ଏହାକୁ ବିରୋଧ କରି ଢେଙ୍କାନାଳ ଷ୍ଟେଟ ବ୍ୟଙ୍କ ଅଫ୍ ଇଣ୍ଡିଆ ଗ୍ରାହକ ସେବା କେନ୍ଦ୍ର କିଓସ୍କ ଅପେଟର ସଂଙ୍ଘ ର ମୁଖ୍ୟ ଦାବି ପୂରଣ ନହଲେ ଆଗାମୀ ଦିନରେ ସେବା କାଯ୍ୟ ବନ୍ଦ କରିବା ସହ ରାଜ ରାସ୍ତାରେ ବିକ୍ଷୋଭ କରିବେ ବୋଲି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଜଣାଇ ଥିଲେ l