News
lipub
samparksetu

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମେରାମଣ୍ଡଳୀରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା

କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଧୀନରେ ସ୍ୱାସ୍ଥ୍ୟ ଅଭିଯାନର ଅଂଶବିଶେଷ ଭାବେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଂଟର ପାରିପାଶ୍ୱିର୍କ ଅଂଚଳରେ ଡେଙ୍ଗୁ ଓମ୍ୟାଲେରିଆ ଭଳି ଭେକ୍ଟର ବାହିତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଅଭିଯାନ ଆରମ୍ଭ କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଡେଙ୍ଗୁର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ୨୦୨୩ ସେପ୍ଟେମ୍ବର ୧୧ରେନୂଆଗାଁ ଗ୍ରାମରୁ ଶୁଭାରମ୍ଭ କରାଯାଇଛି ।

ଏହି ଅବସରରେ ନୂଆଗାଁ ଗ୍ରାମର ପ୍ରମୁଖ ନେତା ଧର୍ମେନ୍ଦ୍ର ସେନାପତି ତଥା ନୂଆଗାଁର ସଭାପତି ଓ ସମ୍ପାଦକ ଏବଂ ଅନ୍ୟମାନଙ୍କମଧ୍ୟରେ ଟିଏସ୍‌ଏମ୍‌ର ମେଡିକାଲ୍ ସେବା ମୁଖ୍ୟ ଆଶିଷ ମହାପାତ୍ର, ଟିଏସ୍‌ଏଫ୍‌ର ଜନ ସ୍ୱାସ୍ଥ୍ୟ ପ୍ରବନ୍ଧକ ଗାୟତ୍ରୀ ନାୟକ ଓ ଟିଏସ୍‌ଏଫ୍‌ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଚାରପତ୍ର ବଂଟନ କରାଯିବା ସହିତ ସଂକ୍ରମଣ ରୋକିବା ଦିଗରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଓଡ଼ାପଡ଼ା ଓ ହିନ୍ଦୋଳ ବ୍ଲକ୍‌ର ୧୦୦ରୁ ଅଧିକ ଗ୍ରାମରେ ଏହି ଭଳି ସଚେତନତା ଅଭିଯାନ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ସଚେତନତା ଜରିଆରେ ଗ୍ରାମବାସୀଙ୍କୁ ସଶକ୍ତ କରିବା ଏବଂ ମଶା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ଓ ମ୍ୟାଲେରିଆ ଭଳି ଭେକ୍ଟର ବାହିତ ରୋଗର ମୁକାବିଲା କରି ଏକ ସୁରକ୍ଷିତ ଓ ସୁସ୍ଥ ପରିବେଶ ସୃଷ୍ଟି କରିବାରେ ସହାୟକ ହେବା । ଏହି ଅଭିଯାନରେ ସଚେତନତା କାର୍ଯ୍ୟକ୍ରମ, ସଂକ୍ରମଣ ନିରୋଧ ଉପାୟ, ପ୍ରଚାରପତ୍ର ବଂଟନ ଏବଂ ଆଗାମୀ କିଛି ଦିନ ପାଇଁ ଟିଏସ୍‌ଏଫ୍‌ର ଜନ ସ୍ୱାସ୍ଥ୍ୟ ୟୁନିଟ୍ ଜରିଆରେ ଲୋକମାନଙ୍କ ପରୀକ୍ଷଣ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

new life
You might also like
error: Content is protected !!