News
WhatsApp Image 2023-10-04 at 17.25.00
samparksetu

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଚିକିତ୍ସାଳୟରେ ଝୁଲିଛି ତାଲା

୯.୨.୧୯୮୫ ରେ ସ୍ଥାପିତ ବାଳକୃଷ୍ଣ ପୋୖର ଆୟୁର୍ବେଦିକ ଚିକିତ୍ସାଳୟ , ଢେଙ୍କାନାଳ ପୌରପାଳିକା ୧ ନମ୍ବର ୱାର୍ଡ ଠାରୁ ନେଇ ଗୋବିନ୍ଦପୁର, ବୋରାପଦା ଏବଂ ଗହମଖୁଣ୍ଟି ଗ୍ରାମ ପର୍ଯ୍ୟନ୍ତ ସମସ୍ତ ବାସିନ୍ଦା ଏହି ଚିକିତ୍ସାଳୟ ଉପରେ ନିର୍ଭରଶୀଳ । ସମ୍ପୃକ୍ତ ଗ୍ରାମ ଗୁଡିକ ଆଦିବାସୀ ବହୁଳ ହୋଇଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଚିକିତ୍ସାଳୟ ସ୍ଥାପନା କରାଯାଇଥିଲା । ଅନ୍ୟପଟେ ମୁଖ୍ୟ ଚିକିତ୍ସାଳୟ ଏଠାରୁ ବହୁଦୂର ହୋଇଥିବାରୁ ସ୍ଥାନୀୟ ଗ୍ରାମବାସୀ ବାସିନ୍ଦା ଏହି ଚିକିତ୍ସାଳୟ ଉପରେ ନିର୍ଭର ଥିଲେ ।


ହେଲେ ବିଗତ ବହୁଦିନ ହେବ ଏଠାରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ଡାକ୍ତର ଓ ଆୟୁର୍ବେଦ ବିତରକ ନଥିବା ହେତୁ ଚିକିତ୍ସା ଓ ଔଷଧ ବିତରଣ ସେବା ବନ୍ଦ୍ ରହିଛି ଏପରି ଏକ ନୋଟିସ ଚିକିତ୍ସାଳୟ ରେ ଝୁଲୁଥିବା ଦେଖାଦେଇଛି । କାହିଁ କେତେଦୂରରୁ ରୋଗୀ ଆସି ଏହି ନୋଟିସ ଦେଖି ଫେରି ଯାଉଛନ୍ତି । ଅନ୍ୟପଟେ ବିଗତ ମାସେହେବ ପାଗ ପରିବର୍ତ୍ତନ ହେତୁ ସମ୍ପୃକ୍ତ ଅଞ୍ଚଳରେ ତୀବ୍ର ମାତ୍ରାରେ ଜ୍ଵର ଏବଂ ଝାଡା ବ୍ୟାପିବାରେ ଲାଗିଛି ଏଭଳି ସମୟରେ ଏଭଳି ଅତ୍ୟାବଶ୍ୟକ ସେବାକୁ ବନ୍ଦ୍ ରଖିବା ସ୍ଥାନୀୟ ମହଲରେ ଅସନ୍ତୋଷ ଦେଖାଦେଇଛି ।

new life
You might also like
error: Content is protected !!