News
WhatsApp Image 2023-10-04 at 17.25.00
samparksetu

ପୌରପାଳିକା ଦୁର୍ନୀତି ପ୍ରସଙ୍ଗ, ଲୋକ ପ୍ରତିନିଧି ନିରବ ନେଇ ତେଜୁଛି ଜନ ଅସନ୍ତୋଷ

ଜିଲ୍ଲା ସାରା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ପୋୖର ଦୁର୍ନୀତି ପ୍ରସଙ୍ଗ। ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ଚକିତ କରିଦେଉଥିବା ଗୋଟିଏ ପରେ ଗୋଟିଏ ଫାଇଲ ଖୋଲି ଚାଲିଛି । ସେ ଆଲୋକିକରଣ ହେଉ ବା ରାସ୍ତା କିମ୍ବା ଡ୍ରେନ ତିଆରି ପ୍ରତିଟି କାର୍ଯ୍ୟ ରେ ଦୁର୍ନୀତି ର ଫର୍ଦ୍ଦ ପାଇଛି ଅଡିଟ ଟିମ୍ । ପୋୖର ଏମ.ଇ ଏବଂ ଜେଇ ବିଲ ପେମେଣ୍ଟ ସମୟରେ ଖର୍ଚ୍ଚ ରୁ ଅଧିକ ଵିଲ୍ ଦେୟ ହେଉଥିବା ପ୍ରସଙ୍ଗ ଉଠିଥିବା ବେଳେ ବିଭିନ୍ନ ୱାର୍ଡରେ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରିଛନ୍ତି ସହର ବାସୀ । ଏନେଇ ମୁଖ୍ୟମନ୍ତ୍ରୀ ଙ୍କ ଅଫିସକୁ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଛି । ସେହିପରି ଜଣେ କର୍ମଚାରୀ ଲାଇଟ କିଣା ଠାରୁ, ରସିଦ୍ ବହି ଗାଏବ କରି ଲକ୍ଷଲକ୍ଷ ଟଙ୍କା ଆତ୍ମଷାତ ଧରାପଡିବା ପରେ ଏବେ ଗୋଟିଏ ପରେ ଗୋଟିଏ ବିଭାଗର ଦୁର୍ନୀତି ସାମ୍ନାକୁ ଆସିଛି । ଏଭଳି ଦୁର୍ନୀତି ପେଡି ହେତୁ ଢେଙ୍କାନାଳ ପୌରପାଳିକା ଏବେ ରାଜ୍ୟସାରା ଚର୍ଚ୍ଚାର ବିଷୟ ପାଲଟିଛି ।

ହେଲେ ଅନ୍ୟପଟେ ଏହାକୁ ନେଇ ମୁହଁ ଖୋଲୁ ନାହାନ୍ତି ଲୋକ ପ୍ରତିନିଧି । ସହର ବାସୀଙ୍କ ଝାଳ ବୁହା ଧନକୁ ଆତ୍ମସାତ କରି ଚାଲୁଥିବା କିଛି କର୍ମଚାରୀ ଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉ ନାହିଁ । ଯାହାକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ପୂର୍ବରୁ ଅନ୍ୟ ଜିଲ୍ଲା ବା ପୋୖରପାଳିକାର ଏଭଳି ଦୁର୍ନୀତି ଘଟିଥିବା ବେଳେ ସଂପୃକ୍ତ କର୍ମଚାରୀ ଙ୍କୁ ଭିଜିଲାନ୍ସ ତଦନ୍ତ ଅନ୍ତର୍ଭୁକ୍ତ ହୋଇଥିଲେ, ଏପରିକି କିଛି ଗିରଫ ସହ କିଛି ମୋ ସରକାର ନିୟମ ଅନୁଯାୟୀ ବାଧ୍ୟତା ମୂଳକ ଅବସର ମଧ୍ୟ ଦିଆ ଯାଇଥିଲା । ହେଲେ କୋଟି କୋଟି ଦୁର୍ନୀତି ହୋଇ ମଧ୍ୟ ପୋୖରପାଳିକା ର ସମ୍ପୃକ୍ତ କର୍ମଚାରୀ ଙ୍କ ବିରୋଧରେ ଲୋକ ପ୍ରତିନିଧି ଙ୍କ ଦ୍ଵାରା କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନ ନେଵା କୁ ଅସନ୍ତୋଷ ଜାହିର କରିଛନ୍ତି ଜଣେ ପୂର୍ବତନ ନଗରପାଳ ଏବଂ ରାଜନେତା ।

new life
You might also like
error: Content is protected !!