News
lipub
samparksetu

ଟ୍ୟାଙ୍କର ଧକ୍କାରେ ଜଳିଗଲା ସ୍କୁଟି, ଚାଳକ ଗୁରୁତର

ଆଜି ୫୫ ନଂ ଜାତୀୟ ରାଜପଥ ପୋଡାପଡା ଠାରେ ଏକ ଟ୍ୟାଙ୍କର ଧକ୍କାରେ ଗୋଟିଏ ସ୍କୁଟି ଜଳିଯିବା ସହିତ ସ୍କୁଟି ଆରୋହି ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ,ଆଜି ସକାଳ ପ୍ରାୟ ୯ ଘଟିକା ସମୟରେ ପୋଡାପଡା ଗ୍ରାମର ସମିର ରାଉତ ଓରଫ ବାପି (୨୯)ନାମକ ଯୁବକ ଏକ ସ୍କୁଟି ଚଳାଇ ନିଜ ଘର ପୋଡାପଡା ଗ୍ରାମକୁ ଯାଉଥିବା ବେଳେ ପଛପଟରୁ ଏକ ତେଲ ଟ୍ୟାଙ୍କର ପୋଡାପଡା ଛକ ନିକଟରେ ସ୍କୁଟି କୁ ଧକ୍କା ଦେଇଥିଲା , ଯାହା ଫଳରେ ସ୍କୁଟି ଆରୋହି ରାସ୍ତା କଡକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।

ସ୍କୁଟି ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳି ଯାଇଥିଲା । ଗୁରୁତର ଆହତ ସମିର ଙ୍କୁ ସ୍ଥାନୀୟ ଲୋକମାନେ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଡାକ୍ତରଖାନାକୁ ନେଇଯାଇଛନ୍ତି । ଟ୍ୟାଙ୍କର ଡ୍ରାଇଭର ହିନ୍ଦୋଳ ରୋଡ ଫାଣ୍ଡି ରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ହିନ୍ଦୋଳ ରୋଡ ଫାଣ୍ଡି ଏକ କେସ ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

new life
You might also like
error: Content is protected !!