News
lipub
samparksetu

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଭେଣ୍ଡର ପାର୍ଟନରଙ୍କ ସୁରକ୍ଷା ପାଇଁ “ସୁମିଳନ’ କାର୍ଯ୍ୟକ୍ରମ ଆୟୋଜିତ

ଭେଣ୍ଡର ପାର୍ଟନରମାନଙ୍କ ସହଭାଗିତାରେ ସୁରକ୍ଷାକୁ ସୁଦୃଢ଼ କରିବାର ମହତ୍ୱ ଉଦ୍ଦେଶ୍ୟ ରଖି ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌)ର ଷ୍ଟିଲ୍ ଆଣ୍ଡ୍ ରୋଲିଂ ଡିଭିଜନ (ଏସ୍‌ଏମ୍‌) ପକ୍ଷରୁ ୨୦୨୩ ଅକ୍ଟୋବର ୨୬ରେ “ସୁମିଳନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏସ୍‌ଏମ୍ ଡିଭିଜନ ଅଧୀନରେ କାର୍ଯ୍ୟ କରୁଥିବା ଭେଣ୍ଡର ପାର୍ଟନର ମାନଙ୍କ କର୍ମଚାରୀ ଓ ବରିଷ୍ଠ ଅଧିକାରୀ ମାନେ ଏଥିରେ ଯୋଗ ଦେଇଥିଲେ ଏବଂ ଟିଏସ୍‌ଏମ୍‌ର ବରିଷ୍ଠ ନେତୃତ୍ୱ ମଣ୍ଡଳୀ ସହ ଭାବ ବିନିମୟ କରିଥିଲେ ।

ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା “ଅଗ୍ନିଶମ ସୁରକ୍ଷା’ ।ଏହି କାର୍ଯ୍ୟକ୍ରମରେ ଟିଏସ୍‌ଏମ୍‌ର ସୁରକ୍ଷା ମୁଖ୍ୟ ଅଗମ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏସ୍‌ଏମ୍‌ର ଏସ୍‌ଏମ୍‌ଏସ୍ ଆଣ୍ଡ୍ ଏଲ୍‌ସିପି ମୁଖ୍ୟ ହରପନହାଲି ମହେଶବାବୁ, ଏଚ୍‌ଏସ୍‌ଏମ୍ ମୁଖ୍ୟ ମହେଶ ଭାଗବତ, ସିଆର୍‌ଏମ୍ ମୁଖ୍ୟ (ଭାରାପ୍ରାପ୍ତ) ଚନ୍ଦ୍ର ପ୍ରକାଶ ଓ ଷ୍ଟିଲ୍ ଆଣ୍ଡ୍ ରୋଲିଂ ଡିଭିଜନର ଭେଣ୍ଡର ପାର୍ଟନର ମାନେ ଯୋଗ ଦେଇଥିଲେ । ତତ୍ୱାବଧାରକ, କ୍ଷେତ୍ର ଇନ୍‌-ଚାର୍ଜ, ଠିକା ମାଲିକ, ପ୍ରଶାସକ, ସୁରକ୍ଷା ସୁପରଭାଇଜର ଓ ଚମ୍ପିଆନମାନଙ୍କ ପ୍ରତ୍ୟକ୍ଷ ଯୋଗଦାନ ଜରିଆରେ ଡିଭିଜନ ସ୍ତରରେ ଅଗ୍ନି ସୁରକ୍ଷା ପରିଚାଳନା ସହ ଶୂନ୍ୟ ଆହାତ ଲକ୍ଷ୍ୟ ହାସଲ କରିବା ଉପରେ ଟିଏସ୍‌ଏମ୍‌ର ବିଭାଗୀୟ ମୁଖ୍ୟମାନେ ଆଲୋକପାତ କରିଥିଲେ ।

ସୁରକ୍ଷା ଅଭ୍ୟାସ ଓ ଆଘାତ ମୁକ୍ତ ପରିବେଶରେ ଉନ୍ନତି ଆଣିବା ପାଇଁ ସେ ବିଭିନ୍ନ ପରାମର୍ଶ ମଧ୍ୟ ଦେଇଥିଲେ ।ଏହି ଅବରରେ ଏସ୍‌ଏମ୍ ଡିଭିଜନର ଅଗ୍ନି ସୁରକ୍ଷା ବିଶ୍ଳେଷଣ ଓ ଉତମ ଅଭ୍ୟାସ ବିଷୟରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା ଓ ଏହା ପରେ ଏକ ସ୍ପଟ୍ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଛବିଶ ଜଣଙ୍କୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୫୦ କର୍ମଚାରୀ ଓ ଭେଣ୍ଡର ପ୍ରତିନିଧି ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ । ଭେଣ୍ଡର ପାର୍ଟନରଙ୍କ କର୍ମଚାରୀମାନଙ୍କ ଦ୍ୱାରା ଦୁଇଟି ଆବେଗପୂର୍ଣ୍ଣ ନୁକଡ ନାଟକ ପରିବେଶ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା । ଓ ସେମାନଙ୍କ ଉତ୍ସର୍ଗୀକୃତ ଶ୍ରମଶକ୍ତିଙ୍କଠାରୁ ସୁରକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଗ୍ରହଣ କରିବାର

new life
You might also like
error: Content is protected !!