News
lipub
samparksetu

ଜିଲ୍ଲା ପ୍ରଶାସନ ପକ୍ଷରୁ ପିଆଜ ଦର ନିର୍ଦ୍ଧାରିତ

ଅସାଧୁ ଉପାୟରେ ପିଆଜ ମହଜୁଦ ରଖି କଳାବଜାରି କରୁଥିବାର ଅଭିଯୋଗ ଆସିଲା ପରେ ଜିଲ୍ଲା ବେସାମାରିକ ଯୋଗାଣ ବିଭାଗ ତରଫରୁ ପିଆଜ ଗୋଦାମ ମାନଙ୍କରେ ଚଡାଉ କରି ତନଖି କରାଯାଇଛି ।

ଏହାସହିତ ଉପଖଣ୍ଡ ସ୍ତରରେ ମଧ୍ୟ ଉପଜିଲ୍ଲାପାଳ, ବେସାମାରିକ ଯୋଗାଣ କର୍ମଚାରୀ ଓ ଫୁଡ ଇନସପେକ୍ଟର ମିଳିତ ଭାବେ ସ୍ଥାନୀୟ ବଜାରରେ ଚଡାଉ କରି ତନଖି କରିଛନ୍ତି lଏହି ପ୍ରରିପ୍ରେକ୍ଷୀରେ ପିଆଜ ଗୋଦାମର ମାଲିକ ମାନଙ୍କ ସହ ଆଲୋଚନା କରି ପିଆଜ ର ଦର ନିର୍ଦ୍ଧାରଣ କରାଯାଇଛି l ଢେଙ୍କାନାଳକୁ ପିଆଜ ମୁଖ୍ୟତଃ ନାସିକ ଓ ରାୟପୁର ରୁ ଆସୁଛି ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ନିମ୍ନମତେ ପିଆଜ ଦର ନିର୍ଦ୍ଧାରଣ କରାଯାଇଛି l

ମୂଳ ଦର ୫୦ଟଙ୍କା ପ୍ରତି କେ.ଜି ହୋଇଥିବା ବେଳେ,ପରିବହନ ଖର୍ଚ୍ଚ -୩.୩୫ ଟଙ୍କା ପ୍ରତି କେଜି ଏବଂ ଲୋଡିଂ/ଅନଲୋଡିଂ – ୦.୩୦ପ୍ରତି କେ.ଜି ଏ ସମସ୍ତ ଖର୍ଚ୍ଚ କୁ ଦୃଷ୍ଟିରେ ରଖି ପିଆଜ ର ହୋଲସେଲ ବେପାରୀ ମାନେ କେଜି ପିଛା ୫୫ ଟଙ୍କା ଓ ଖୁଚୁରା ବେପାରୀ କେଜି ପିଛା ୬୦ ଟଙ୍କାରେ ବିକ୍ରି କରିପାରିବେ l

ଏହା ଠାରୁ ଅଧିକ ଦରରେ ବିକିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ,ଯଦି ପରବର୍ତ୍ତୀ ସମୟରେ ପିଆଜର ମୂଳ ଦର କମିବ ତେବେ ସେ ଅନୁସାରେ ହୋଲସେଲ ଦର ଓ ଖୁଚୁରା ଦର ମଧ୍ୟ କମିବ l ଏହି ବୈଠକରେ ଜିଲ୍ଲା ବେସାମାରିକ ଯୋଗାଣ ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା ଓ ଆନନ୍ଦବଜ଼ାରର ପିଆଜ ହୋଲସେଲର ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ

new life
You might also like
error: Content is protected !!