News
lipub
samparksetu

ଗଜଲଷ୍ମୀ ପୂଜାର ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ପ୍ରସିଦ୍ଧ ଗଜଲଷ୍ମୀ ପୂଜାର ଭସାଣି ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ଗଜଲଷ୍ମୀ ଙ୍କ ଭସାଣି ଉତ୍ସବ ୮ ନଭେମ୍ବର ସକାଳ ୮.୩୦ ଘଟିକାରୁ ଆରମ୍ଭ ହେବ l ଏହି ଭସାଣି ଶୋଭାଯାତ୍ରାରେ ମୋଟ ୩୮ଗୋଟି ମେଢ଼ ଭାଗ ନେବେ l ମୁଖ୍ୟତଃ ଏହି ବୈଠକରେ ଭସାଣି ଯାତ୍ରା କିଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେ ନେଇ ପୂଜା କମିଟିର କର୍ମକର୍ତ୍ତା ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହେଇଥିଲା l

ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ଆଦେଶ ଅନୁଯାୟୀ ଏଥର ଭାସାଣିରେ ଡିଜେ ସାଉଣ୍ଡକୁ ସମ୍ପୂର୍ଣ ରୂପେ ବାରଣ କରାଯାଇଛି ଏହାସହ ପ୍ରତିଟି ପୂଜାମଣ୍ଡପ କିଭଳି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭସାଣି କାର୍ଯ୍ୟ ସାରିବେ ସେ ବିଷୟକୁ ଅଧିକ ଗୁରୁତ୍ୱାରୋପ କରାଯାଇଥିଲା l

new life
You might also like
error: Content is protected !!